Latest Odisha News

ଭାରତ ପାଇଁ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଥିବା ଆଥଲେଟ

ପ୍ୟାରିସ: ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ବିଭାଗ ଏବଂ ମିକ୍ସଡ ଇଭେଂଟରେ ସେ ଏହି ସଫଳତା ଅର୍ଜନ କରିଛନ୍ତି । ଭାରତ ପକ୍ଷରୁ ୪ର୍ଥ ଆଥଲେଟ ଭାବେ ସେ ଏକାଧିକ ପଦକ ଜିତିଛନ୍ତି । ନର୍ମାନ ପିଚାର୍ଡ ୧୯୦୦ରେ ୨୦୦ ମିଟର ଏବଂ ୨୦୦ ମିଟର ହର୍ଡଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ପଦକ ଜିତିଥିଲେ । ରେସଲର ସୁଶୀଲ କୁମାର ୨୦୦୮ ବେଜିଂ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ।

ସ୍ୱାଧୀନତା ପରେ ସେ ପ୍ରଥମ ଆଥଲେଟ ଭାବେ ଅଲିମ୍ପିକ୍ସରେ ଏକରୁ ଅଧିକ ପଦକ ଜିିତିବା ଗୌରବ ଅର୍ଜନ କରିଥିଲେ । ବ୍ୟାଡମିଂଟନ ଖେଳାଳି ପିିଭ ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଏବଂ ୨୦୨୦ ଟୋକିଓ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥର ସେ ପଦକ ହାସଲ କଲେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ପଦକ ଜିତିବେ । ପିଚାର୍ଡ ଡବଲ ପଦକ ଜିତିବା ବେଳେ ଭାରତ ବ୍ରିଟିଶ ଶାସନ ଅଧିନରେ ଥିଲା ଓ ସେ ବ୍ରିଟିଶ ଥିଲେ ।

Comments are closed.