Latest Odisha News

ହକି: ଆୟର୍ଲାଣ୍ଡକୁ ହରାଇଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ମଙ୍ଗଳବାର ଭାରତ ୨-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ୧୧ତମ ମିନିଟରେ ହରମନପ୍ରୀତ ସିଂ ୧୧ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ ମାଧ୍ୟମରେ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ୧୯ତମ ମିନିଟରେ ସେ ପୂର୍ବାର ଆଉ ଏକ ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ଏହା ପରେ ଆୟର୍ଲାଣ୍ଡ ଟିମ ଚାପରେ ପଡି ଯାଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଗୋଲ ସ୍କୋର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ଏବଂ ଦ୍ୱିତୀୟ ମ୍ୟାଚରେ ରିଓ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନା ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା ।

ଭାରତ ତାର ପରବର୍ତୀ ୨ଟି ମୁକାବିଲାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବେ । ୨ଟି ଗ୍ରୁପରେ ୬ଟି ଲେଖାଁଏ ଟିମ ରହିଛନ୍ତି । ପ୍ରତ୍ୟେକ ଗ୍ରୁପରୁ ୪ଟି ଟିମ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବେ । ଅଗଷ୍ଟ ୪ରୁ କ୍ୱାର୍ଟର ଫାଇନାଲ, ୬ରୁ ସେମିଫାଇନାଲ ଏବଂ ୮ରେ ପଦକ ପାଇଁ ମ୍ୟାଚ ଖେଳାଯିବ । ଭାରତ ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କଲେ ସୁବିଧାଜନକ ସ୍ଥିତିରେ ରହିବ । ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତି ପୁରୂଣା ଲୟକୁ ଫେରିଛି । ଏଥର ଏହି ଧାରା ବଜାୟ ରହିବ ବୋଲି ଆଶା କରାଯାଉଛି ।

Comments are closed.