Latest Odisha News

ମୂଷାଙ୍କୁ ନେଇ ଚିନ୍ତିତ କି? ତେବେ କରନ୍ତୁ ଏହି କାମ

ଭୁବନେଶ୍ଵର: ପ୍ରତ୍ୟକ ଲୋକଙ୍କ ଘରେ ମୂଷାଙ୍କ ପାଦୁର୍ଭାବ ଏକ ସାଧାରଣ ସମସ୍ୟା । ଘରକୁ ମୂଷା ଆସିବା ପରେ ଲୋକମାନେ ସେମାନଙ୍କୁ ଘରୁ କିପରି ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କାରଣ ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରି ଦେଇଥାନ୍ତି । ଏହା ସହ ସେମାନଙ୍କଠାରୁ ଆସୁଥିବା ଜୀବାଣୁର ସଂସ୍ପର୍ଶରେ ଆସିବା ପରେ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ମୂଷାମାନଙ୍କୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ତଥାପି କୌଣସି ସୁଫଳ ମିଳିନଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ରକ୍ଷା ପାଇବାର କିଛି ଘରୋଇ ଉପାୟ।

ମୂଷାକୁ ଘରୁ ବାହାର କରିବା ପାଇଁ ପିଆଜ ବ୍ୟବହାର କରନ୍ତୁ । ମୂଷାମାନଙ୍କୁ ପିଆଜର ଗନ୍ଧ ପସନ୍ଦ ହୋଇ ନଥାଏ। ଘରର ଯେଉଁଠି ମୂଷା ଥିବା ଦେଖୁଛନ୍ତି ସେଠାରେ ପିଆଜର ଏକ ଖଣ୍ଡ ରଖିଦିଅନ୍ତୁ । କିଛି ଦିନ ପରେ ପ୍ରଭାବ ଜାଣି ପାରିବେ । ସେହିପରି ଘରର ଯେଉଁଠି ମୂଷା ଦେଖୁଛନ୍ତି ସେଠାରେ ଗୋବର ରଖନ୍ତୁ । ଗୋବରକୁ ଖାଇବା ପରେ ମୂଷା ପେଟରେ ସଂକ୍ରମଣ ହେବା ସହ ସେ ମରି ଯାଇଥାଏ । ତେଜପତ୍ରର ସୁଗନ୍ଧ ମୂଷାମାନଙ୍କୁ ମିଠା ଲାଗୁଥିବା ବେଳେ ସେମାନେ ତେଜପତ୍ରକୁ ଖାଇ ଦେଇଥାନ୍ତି । ଏହାକୁ ଖାଇବାର କିଛି ସମୟ ପରେ ସେ ମୃତ୍ୟୁବରଣ କରିଥାନ୍ତି । ଘରୁ ମୂଷାକୁ ବାହାର କରିବା ପାଇଁ ଏ ଉପାୟ ମଧ୍ୟ ଆପଣାଇ ପାରିବେ । ଗୋଲ ମରିଚ ଚୁନାକୁ ପାଣିରେ ମିଶାଇ ମୂଷା ରହୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଏପରି କଲେ ମୂଷା ଘର ଛାଡ଼ି ଚାଲିଯିବେ ।

 

Comments are closed.