Latest Odisha News

ଘରଡିହ ନଥିବା ପରିବାରକୁ ସରକାର ଦେବେ ପଟ୍ଟା

ଭୁବନେଶ୍ବର: ଘରଡିହ ନଥିବା ପରିବାରଙ୍କୁ ସରକାର ଦେବେ ଘରଡିହ ପଟ୍ଟା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ହିତାଧିକାରୀ ଚୟନ କରାଯାଇ ସରକାର ପଟ୍ଟା ବଣ୍ଟନ କରିବେ। ଖୁବ୍ ଶୀଘ୍ର ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ତେବେ ରାଜ୍ୟରେ ଯେଉଁମାନଙ୍କର ନିଜର ଘରବାଡି କି ଡିହ ବୋଲି କହିଲେ କିଛି ନାହିଁ ସେମାନଙ୍କୁ ସରକାରଙ୍କ ତରଫରୁ ପଟ୍ଟା ପ୍ରଦାନ କରାଯିବ । ଏନେଇ ମନ୍ତ୍ରୀ କହିଛନ୍ତି, ୨୦୧୮ରେ ହୋଇଥିବା ସର୍ଭେରେ ଯେଉଁମାନେ ଘରପଟ୍ଟା ପାଇନାହାନ୍ତି, ଏବେ ବି ଘରଡିହ ଶୂନ୍ୟ ଅଛନ୍ତି, ସେମାନଙ୍କୁ ଯଥାଶୀଘ୍ର ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଦଖଲରେ ଥିବା ସରକାରୀ ଜମିକୁ ସେମାନଙ୍କ ନାଁରେ ରେକର୍ଡ କରିବାକୁ ପଦକ୍ଷେପ ନିଆଯିବ । ଘରଡିହ ଶୂନ୍ୟ ପରିବାରକୁ କିପରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବ ସେନେଇ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଏଥିପାଇଁ ଆସନ୍ତା ୧୬ ତାରିଖରୁ ହିତାଧିକାରୀ ଚୟନ କରିବାକୁ ସର୍ଭେ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ସୁଦ୍ଧା ସର୍ଭେକାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ସର୍ଭେକାର୍ଯ୍ୟ ସାରି ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯିବ ।

Comments are closed.