Latest Odisha News

ଟମ୍ ଆଣ୍ଡ ଜେରି କାର୍ଟୁନ ଶୋ’କୁ କାହିଁକି ହିଂସା କହିଲେ ଅକ୍ଷୟ

ମୁମ୍ବାଇ: କମେଡି ଫିଲ୍ମ ‘ଖେଲ ଖେଲ ମେଁ’ ପାଇଁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। ଯେଉଁଥିରେ ଫରଦ୍ଦିନ ଖାନ, ତାପସୀ ପନ୍ନୁ, ବାନି କପୁର, ଏମି ଭାଇର୍କ ଏବଂ ପ୍ରଜ୍ଞା ଜୈସୱାଲ ନଜର ଆସିଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ପ୍ରଶଂସକଙ୍କ ଭଲ ରେସପନ୍ସ ମଧ୍ଯ ମିଳିଛି।

ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ଅନେକ ଥଟ୍ଟାମଜା ଏବଂ ରହସ୍ୟ ସହିତ ଏକ ରୋଲର୍ କୋଷ୍ଟର୍ ରାଇଡ୍ ଦେଖିବାକୁ ମିଳିବ।

ନିକଟରେ ପିଙ୍କଭିଲ୍ଲା ସହିତ ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଫେମସ୍ କାର୍ଟୁନ୍ ଶୋ’ ‘ଟମ୍ ଏବଂ ଜେରି’କୁ ନେଇ ଚକିତ କଲା ଭଳି କଥା କହିଛନ୍ତି। ସେ ଏହି କାର୍ଟୁନ୍ ଶୋ’ କୁ କମେଡି ନୁହେଁ ବରଂ ହିଂସା ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଆକ୍ସନ ସିନ୍ ପାଇଁ ସେ ଏହି କାର୍ଟୁନ୍ ଠାରୁ ପ୍ରେରଣା ପାଇଥାନ୍ତି।

ଫିଲ୍ମରେ ସମ୍ପୂର୍ଣ୍ଣ ହେଲିକପ୍ଟର ଦୃଶ୍ୟ ମୁଁ ଏହି ଟମ୍ ଏବଂ ଜେରି କାର୍ଟୁନ ଶୋ’ରୁ ନେଇଛି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି, ନ୍ୟାସନାଲ୍ ଜିଓଗ୍ରାଫିକ୍ ରୁ ମଧ୍ଯ ମୁଁ ପ୍ରେରଣା ନେଇଛି। ଏଥିରେ ଆପଣ ଉଚ୍ଚକୋଟିର ଆକ୍ସନ ଦେଖିବାକୁ ପାଇବେ।

ତେବେ ‘ଟମ୍ ଏବଂ ଜେରି’ ଶୋ’ର ଆକ୍ସନ ଗୁଡିକୁ ଚଳଚ୍ଚିତ୍ରରେ ମଧ୍ଯ ବ୍ୟବହାର କରାଯାଇପାରିବ।

Comments are closed.