Latest Odisha News

ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଆଲର୍ଟ ରହିଛନ୍ତି ସରକାର

ଭୁବନେଶ୍ବର: ବାଂଲାଦେଶରେ ହିଂସା ପରେ ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତ ତଥା ଓଡିଶା ସୀମା ଦେଇ ଭାରତକୁ ପ୍ରବେଶ ପାଇଁ ଆଲର୍ଟ ରହିଛନ୍ତି ସରକାର । ଜଳ, ସ୍ଥଳ ସବୁଠି କଡା ନଜର ରଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କ ପ୍ରତି ଟିକେ ବି ସନ୍ଦେହ ହେଉଛି ସେମାନଙ୍କୁ ଯାଞ୍ଚ କରାଯାଉଛି ।

ଏନେଇ ସୂଚନା ଦେଇଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । କିପରି ଅନୁପ୍ରବେଶକାରୀଙ୍କୁ ରୋକାଯାଇପାରିବ ସେନେଇ ଆଲର୍ଟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଅନୁପ୍ରବେଶକାରୀଙ୍କ ଉପରେ ନଜର ମଧ୍ୟ ରଖାଯାଇଛି । ଜଳ ଓ ସ୍ଥଳପଥ ଉପରେ ନଜର ରଖାଯାଇଛି । ସବୁଠି ପୋଲିସ ଓ କୋଷ୍ଟଗାର୍ଡକୁ ଆଲର୍ଟ କରାଯାଇଛି ।

ତେବେ ଏହାରି ଭିତରେ କିଛି ଲୋକ ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼ ମାରିବା ଚର୍ଚ୍ଚା ଉପରେ ମୁଖ୍ୟ ସଚେତକ କହିଛନ୍ତି, କାହା ଉପରେ ଅନ୍ୟାୟ ହେବ ନାହିଁ, ସେଥିପ୍ରତି ନଜର ରହିଛି। କାରଣ ଆଳୁ ନେଇ ପଶ୍ଚିମବଙ୍ଗ ଉପରେ ଓଡିଶା ଖପ୍ପା ଥିବା ବେଳେ ସୀମାରେ ବାଂଲାଦେଶୀ କହି ପଶ୍ଚିମବଙ୍ଗ ଲୋକଙ୍କୁ ଆକ୍ରମଣ ହେଉଥିବା ଅଭିଯୋଗ ହୋଇଛି । ଯାହା ଉପରେ ନଜର ରହିଛି ବୋଲି କହିଛନ୍ତି ମୁଖ୍ୟ ସଚେତକ ।

Comments are closed.