Latest Odisha News

ପାଣ୍ଡିଆନଙ୍କ ବିରୁଦ୍ଧରେ ଥାନାରେ ଏତଲା, ହେବ କି କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା ତଥା ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା । ଆଇନଜୀବୀ ସୁଧୀର କୁମାର ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏହି ଏତଲା ଦାୟର ହୋଇଛି । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ ହୋଇଛି ।

ସେହିପରି, ଖଣି ମାଫିଆଙ୍କ ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ନେବାର ମଧ୍ୟ ଅଭିଯୋଗ ହୋଇଛି । ଏଥିସହିତ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା, ସରକାରୀ ଚାକିରି ସମୟରେ କ୍ଷମତାର ଦୁରୂପଯୋଗ କରି ହେଲିକପ୍ଟରରେ ଚାରିଆଡେ ମନଇଚ୍ଛା ବୁଲିବା ଆଦି ଗୁରୁତର ଅଭିଯୋଗ ଏତଲାରେ ଦର୍ଶାଯାଇଛନ୍ତି ଆଇନଜୀବୀ ସୁଧିର ଚରଣ ମହାନ୍ତି ।

Comments are closed.