Latest Odisha News

BREAKING NEWS

ବର୍ଡର ୨ରେ ବରୁଣଙ୍କ ଏଂଟ୍ରି

ମୁମ୍ବାଇ: ୨୬ ବର୍ଷ ପରେ ସନୀ ଦେଓଲ ଅଭିନୀତ ବର୍ଡର ଫିଲ୍ମର ସୀକ୍ୱେଲକୁ ନେଇ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି । ସନୀ ପୂନର୍ବାର ବର୍ଡର ୨ରେ ଆର୍ମି ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଏହାର ଅନ୍ୟ ଷ୍ଟାର କାଷ୍ଟ ନେଇ ବିଭିନ୍ନ ଖବର ସମ୍ମୁଖକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ବର୍ଡର ୨ରେ ବରୁଣ ଧାୱନଙ୍କ ଏଂଟ୍ରି ହୋଇଛି । ସେ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ନିର୍ମାତା ଭୂଷଣ କୁମାର ଓ ଜେପି ଦତା ତାଙ୍କୁ ସାଇନ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ବରୁଣଙ୍କ ଉପସ୍ଥିତି ଯୁବ ପିଢ଼ୀଙ୍କୂ ଫିଲ୍ମ ପ୍ରତି ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ବରୁଣଙ୍କ ପାଇଁ ଏହା ଏକ ସ୍ମରଣୀୟ ଭୂମିକା ହେବ ବୋଲି ଅନୁମାନ କରାଯାଉଛି ।

ତେବେ ବର୍ତମାନ ସୁଦ୍ଧା ପ୍ରଡକ୍ସନ ହାଉସ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ବରୁଣ ମଧ୍ୟ ସେ ଭଳି କିଛି ସ୍ପଷ୍ଟ କରି ନାହାନ୍ତି । ଯବାନର ଲେଖକ ସୁମିତ ଆରୋରାଙ୍କୁ ବର୍ଡର ୨ର କାହାଣୀ ଲେଖିବା ପାଇଁ କୁହାଯାଇଛି । ଅନୁରାଗ ସିଂ ପୂର୍ବ ଭଳି ଫିଲ୍ମର ନିର୍ଦ୍ଦେଶନା ଦେବେ । ୨୦୨୬ରେ ଏହା ରିଲିଜ ହେବ ବୋଲି ସ୍ଥିର କରାଯାଇଛି ।

Comments are closed.