Latest Odisha News

ପ୍ରତି ୨ ଘଣ୍ଟାରେ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ:  ପ୍ରତି ଦୁଇ ଘଣ୍ଟାରେ ଥରେ ସବୁ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ । କୋଲକାତା ଲଜ୍ଜା ପରେ ସବୁ ରାଜ୍ୟକୁ କିଛି ଏମିତି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିରେ ପ୍ରତି ୨ ଘଣ୍ଟା ଅନ୍ତରାଳରେ ରାଜ୍ୟର ସ୍ଥିତି କିପରି ରହିଛି, ଆଇନ ଶୃଙ୍ଖଳାର ପରିସ୍ଥିତି କିପରି ରହିଛି ସେନେଇ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପଠାଇବେ ସବୁ ରାଜ୍ୟ ।

କୋଲକାତା ସରକାରୀ ଆରଜି ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଦେଶରେ ତେତିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏମିତି କିଛି ବଡ ନିଷ୍ପତ୍ତି ନେଇଛନ୍ତି । ସବୁ ରାଜ୍ୟର ପୋଲିସ ପ୍ରଶାସନ ପ୍ରତି ୨ ଘଣ୍ଟାରେ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ଗୃହ ମନ୍ତ୍ରାଳୟକୁ ଅପଡେଟ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

ରାଜ୍ୟରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ଏନେଇ ଚିଠି ପଠାଇଛି ମନ୍ତ୍ରାଳୟ । ଏନେଇ ଗତ ଶୁକ୍ରବାର ସବୁ ରାଜ୍ୟ ପୋଲିସ ପ୍ରଶାସନକୁ ପଠାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଦେଶରେ ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ବିରୋଧକୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରହିବା ଆବଶ୍ୟକ । ଏଥିପାଇଁ ଦୟାକରି ଆଜି ଅପରାହ୍ଣ ୪ଟା ଠାରୁ ପ୍ରତି ୨ ଘଣ୍ଟାରେ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ଫେକ୍ସ, ଇମେଲ କିମ୍ବା ହ୍ବାଟ୍ସଅପ ଦ୍ବାରା ପ୍ରଦାନ କରନ୍ତୁ ।

Comments are closed.