Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମରେ ଆଉ ସୁଯୋଗ ପାଇ ନ ପାରନ୍ତି ଏହି ଖେଳାଳିମାନେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ସମସ୍ତ କ୍ରିକେଟରଙ୍କ ସ୍ୱପ୍ନ ରହିଥାଏ । ପ୍ରଦର୍ଶନ ଭିତିରେ ସେମାନେ ଏହି ସ୍ଥାନ ବଜାୟ ରଖିଥାନ୍ତି । ଅନେକ ଖେଳାଳି ସୁଯୋଗ ପାଇ ନ ଥିବା ବେଳେ ଅନ୍ୟମାନେ ଏହାକୁ ହାତଛଡା କରିଛନ୍ତି । ଆସନ୍ତୁ ନଜର ପକାଇବା ଏ ଭଳି କେତେକ କ୍ରିକେଟରଙ୍କ ଉପରେ ଯେଉଁମାନଙ୍କୁ ଆଉ ଟିମ ଇଣ୍ଡିଆରେ ସ୍ଥାନ ମିଳିବା ପ୍ରାୟତଃ ଅସମ୍ଭବ ମନେ କରାଯାଉଛି । ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ତ୍ରିଶତକ ମାରି କରୁଣ ନାୟାର ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ତାଙ୍କୁ ପରବର୍ତୀ ମ୍ୟାଚରେ ଡ୍ରପ କରାଯାଇଥିଲା । ୨୦୧୭ ପରଠାରୁ ତାଙ୍କୁ ଆଉ କୌଣସି ସୁଯୋଗ ମିଳି ନାହିଁ ।

ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ରିଦ୍ଧିମାନ ଶାହଙ୍କୁ ଦଳରେ ସୁଯୋଗ ପ୍ରଦାନ କରାଯାଇଥିଲା । ୨୦୧୮ରେ ରିଷଭ ପନ୍ତଙ୍କ ଏଂଟ୍ରି ପରେ ଶାହଙ୍କ ଆଉ ପୂର୍ବ ଭଳି ଟିମରେ ଗୁରୁତ୍ୱ ଦିଆଗଲା ନାହିଁ । ୨୦୨୨ ପରଠାରୁ ସେ ଆଉ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ୨୦୧୫ରେ ମନୀଷ ପାଣ୍ଡେ ଭାରତ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୨୧ ପରଠାରୁ ସେ ଆଉ ଦଳରେ ସୁଯୋଗ ପାଉ ନାହାନ୍ତି । ସେ ଭାରତ ପକ୍ଷରୁ ୨୯ ଦିିନିକିଆ ଓ ୩୯ ଟି୨୦ ମ୍ୟାଚ ଖେଳିଛନ୍ତି ।

୩୪ ବର୍ଷୀୟ ଅଫ ସ୍ପିନର ଜୟନ୍ତ ଯାଦବ ୨୦୧୬ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୬ ବର୍ଷ ମଧ୍ୟରେ ୬ଟି ଟେଷ୍ଟ ଓ ୨ଟି ଦିନିକିଆ ଖେଳି ୧୬ ୱିକେଟ ଅକ୍ତିଆର କରିଥିଲେ । ପେସ ବୋଲର ସିଦ୍ଧାର୍ଥ କୌଲ ୨୦୧୮ରୁ ୧୯ ମଧ୍ୟରେ ଭାରତ ପକ୍ଷରୁ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥିଲେ । ଏହା ପରେ ତାଙ୍କୁ ଆଉ ସୁଯୋଗ ପ୍ରଦାନ କରାଯାଇ ନାହିଁ ।

Comments are closed.