Latest Odisha News

ଖୁବଶୀଘ୍ର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌ ଫିଲ୍ମ।

ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ୨୦୦୭ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ଏବଂ ୨୦୧୧ରେ ଏକ ଦିବସୀୟ ବିଶ୍ୱକପ ଚାମ୍ପୟନ ହେବା ସମୟରେ ଯୁବରାଜଙ୍କ ଭୂମିକା ସ୍ମରଣୀୟ। ସେ ଲଗାତାର ୬ଟି ଛକା ମାରି ଟି -୨୦ ବିଶ୍ୱକପକୁ ସ୍ବତନ୍ତ୍ର କରିଥିଲେ।

ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା ଏହାର ପ୍ରଯୋଜନା ଭାର ବହନ କରିବେ। ଯୁବରାଜ ସିଂହଙ୍କ ଭୂମିକାରେ କିଏ ଅଭିନୟ କରିବେ। ଏହି ବାୟୋପିକ୍‌ର ଟାଇଟଲ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।

ଟିମ୍ ଇଣ୍ଡିଆକୁ ଯୁବରାଜଙ୍କ ଯୋଗଦାନ, କର୍କଟ ସହ ଲଢ଼େଇ, ଦେଶକୁ ବିଶ୍ୱ ଚାମ୍ପିୟନ କରିବା ଆଦି ଏହି ଫିଲ୍ମରେ ସବୁ ସ୍ଥାନ ପାଇବ।

ତେବେ ବିଗତ ଦିନରେ ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମିତ ହୋଇଥିବା ବେଳେ ଏବେ ଯୁବରାଜଙ୍କ ଜୀବନକୁ ନେଇ ପ୍ରସ୍ତୁତ ହେବ ଫିଲ୍ମ।

Comments are closed.