Latest Odisha News

BREAKING NEWS

ବିଦ୍ୟୁତ୍ ଆଘାତରୁ ରାମୁର ମୃତ୍ୟୁ ହୋଇଛି: ପିସିସିଏଫ

ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ଦନ୍ତାହତୀ ରାମୁର ମୃତ୍ୟୁ ହୋଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛନ୍ତି ଓଡିଶା ପିସିସିଏଫ ଦେବିଦତ୍ତ ବିଶ୍ବାଳ।

ପିସିସିଏଫଙ୍କ ସୂଚନା ଅନୁଯାୟୀ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। କାରଣ ତା’ର ଶୁଣ୍ଢରେ ବିଦ୍ୟୁତାଘାତର ଚିହ୍ନ ରହିଛି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ହାତୀର ମୃତ୍ୟୁ ହୋଇଥିଲା।ପୋଷ୍ଟମର୍ଟମ ରିପୋର୍ଟରେ ବିଦ୍ୟୁତାଘାତ କାରଣରୁ ମୃତ୍ୟୁ ନେଇ ସୂଚନା ମିଳିଥିବାବେଳେ ଏହାର ଭିସେରାଲ୍ ଅଂଶଗୁଡିକ ମଧ୍ୟ ପରୀକ୍ଷଣ ପାଇଁ OUATକୁ ପଠାଯାଇଛି।

ହାତୀ ପାଚେରୀ ନିକଟରେ କଦଳୀ ଖାଇବାକୁ ଚେଷ୍ଟା କରୁଥିବା ବେଳେ କିମ୍ବା ଶିକାର କରିବା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଦୁର୍ଘଟଣା ଘଟିଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ- ଅମର ରହିବ ‘ରାମୁ’, ସଂରକ୍ଷିତ ହେବ ହାତୀର କଙ୍କାଳ

ଉଲ୍ଲେଖଯୋଗ୍ୟ, ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଯାହା ରାମୁକୁ ଜନମାନସରେ ଚିରଦିନ ପାଇଁ ଅମର କରି ରଖିବ। ଓଡ଼ିଶାରେ ଆଗରୁ ହାତୀ କଙ୍କାଳକୁ ସଂରକ୍ଷଣ କରାଯାଇଛି ।

 

 

Comments are closed.