Latest Odisha News

BREAKING NEWS

୧୦ ବର୍ଷ ପରେ ‘ମର୍ଦାନୀ ୩’ ସହ କମବ୍ୟାକ୍ କରିବେ ରାନୀ ମୁଖାର୍ଜୀ

ମୁମ୍ବାଇ: ୟଶ ରାଜ ଫିଲ୍ମସ୍ ‘ମର୍ଦାନୀ’ ଫ୍ରାଞ୍ଚାଇଜ୍‌ର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିଛି। ଏହି ଘୋଷଣା ପାଇଁ ଏକ ବିଶେଷ ଦିନ ଚୟନ କରାଯାଇଛି। ୨୦୧୪ ମସିହାରେ ଏହି ଦିନ, ‘ମର୍ଦାନୀ’ ଫ୍ରାଞ୍ଚାଇଜ୍‌ର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଆଜି ଏହା ୧୦ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରରେ ରାନୀଙ୍କୁ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟ ଭୂମିକାରେ ଦେଖିବାକୁ ମିଳିଥିଲା। ରାନୀଙ୍କ ଏହି ଅଭିନୟ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଥିଲା । ତେବେ ଫିଲ୍ମର ଏଭଳି ସଫଳତା ପରେ, ନିର୍ମାତା ୟଶ ରାଜ ଫିଲ୍ମସ୍ ଏହାର ଦ୍ୱିତୀୟ ଭାଗ ‘ମର୍ଦାନୀ ୨’ ରିଲିଜ କରିଥିଲେ। ଏହା ମଧ୍ୟ ହିଟ୍ ହୋଇଥିଲା। ବର୍ତ୍ତମାନ ‘ମର୍ଦାନୀ ୩’ ସହ କମବ୍ୟାକ କରିବେ ରାନୀ ମୁଖାର୍ଜୀ।

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ମର୍ଦାନୀ’ ରିଲିଜ ହେବାର ୧୦ ବର୍ଷ ବିତିଗଲାଣି । ଏହି ଅବସରରେ ନିର୍ମାତା ଯଶ ରାଜ ଫିଲ୍ସ ନିଜ ଇନଷ୍ଟାଗ୍ରାମରେ ‘ମର୍ଦାନୀ ୩’ ଘୋଷଣା କରି ଏହାର ପ୍ରଥମ ଝଲକ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହି ଫ୍ରାଞ୍ଚାଇଜ ସହ ରାନୀ ମୁଖାର୍ଜୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ପୁଣି ଫେରିବୋ ବୋଲି ସେ କହିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ”ଏକ ଦଶନ୍ଧି ଧରି ଏତେ ପ୍ରେମ ଦେଇଥିବାରୁ ଧନ୍ୟବାଦ, ଏହି ଭଲପାଇବା ଯୋଗୁଁ ଆମେ ପୁନର୍ବାର ପ୍ରେରଣା ପାଇଛୁ ।

ରାନୀ ମୁଖାର୍ଜୀ ଏବଂ ମର୍ଦାନୀ ୧୦ ବର୍ଷରେ ‘ମର୍ଦାନୀ ୩’ ଘୋଷଣା କରୁଛୁ । ”ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା ଦୀର୍ଘ ଦିନ ଧରି ଫିଲ୍ମର ତୃତୀୟ ଭାଗରେ କାମ କରିଆସୁଛନ୍ତି ଏବଂ ବର୍ତ୍ତମାନ ଏହାକୁ ନିଶ୍ଚିତ କରିଛନ୍ତି । ସୂଚନା ଅନୁଯାୟୀ, ‘ମର୍ଦାନୀ ୩’ ର ସୁଟିଂ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ରେ ଆରମ୍ଭ ହେବାକୁ ଯାଉଛି। ତେବେ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି। କେବେ ଏହି ଫିଲ୍ମ ତାରିଖ ଘୋଷଣା ହେବ ତାହା ଜାଣିବାକୁ ଦର୍ଶକ ଅପେକ୍ଷା କରିଛନ୍ତି।

 

Comments are closed.