Latest Odisha News

ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ : ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ୪୦ କିିମି ଅସ୍ମିତା ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ହରିୟାଣାର ସୋନପତରେ ଆୟୋଜିତ ନର୍ଥ ଜୋନ ରୋଡ ଇଭେଂଟରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହା ତାଙ୍କର ଖେଲୋ ଇଣ୍ଡିଆ ଗେମ୍ସର ୪ର୍ଥ ସ୍ୱର୍ଣ୍ଣ ଏବଂ ୧୫ତମ ପଦକ । ସେ ଏଥିସହ ୧୦୦୦୦ ପୁରସ୍କାର ରାଶି ମଧ୍ୟ ହାସଲ କରିଛନ୍ତି । ସାଇ ଜାତୀୟ ସେଂଟରରେ ସେ ପ୍ରଶିକ୍ଷଣ ନେଉଛନ୍ତି ।

ଚଳିତ ବର୍ଷ ଶେଷ ଭାଗରେ ପୁରୀରେ ଆୟୋଜିତ ହେବାକୁ ଥିବା ନ୍ୟାଶନାଲ ରୋଡ ସାଇକ୍ଲିଂ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ସେ ରହିଛନ୍ତି । ଏହା ବ୍ୟତୀତ ୨୦୨୫ ଏସିଆନ ସାଇକ୍ଲିଂ ଚାମ୍ପିୟନଶିପା ପାଇଁ ମଧ୍ୟ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସ୍ୱସ୍ତି ଏବେ ଓଡିଶା ମାଇନିଂ କର୍ପୋରେଶନରେ ଆସିଷ୍ଟାଂଟ ମ୍ୟାନେଜcର ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed.