Latest Odisha News

BREAKING NEWS

ଜ୍ୟାକ୍ସ କାଲିସ ହୋଇପାରନ୍ତି କେକେଆର ମେଂଟର

କୋଲକାତା: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଜ୍ୟାକ୍ସ କାଲିସ ଆଇପିଏଲର ଆଗାମୀ ସଂସ୍କରଣରେ କୋଲକାତା ନାଇଟର୍ସର ମେଂଟର ହୋଇପାରନ୍ତି । ଏକ ବେଙ୍ଗଲ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ହେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି । କାଲିସ ପୂର୍ବରୁ କେକେଆରର କୋଚିଂ ଷ୍ଟାଫ ରହି ସାରିଛନ୍ତି । ୨୦୧୫ରେ ସେ ଟିମର ମୂଖ୍ୟ କୋଚ ଏବଂ ବ୍ୟାଟିଂ ପରାମର୍ଶଦାତା ଥିଲେ । ସେ ଖେଳାଳି ଭାବେ କେକେଆର ପକ୍ଷରୁ ୪ଟି ସିଜନ ଖେଳି ସାରିଛନ୍ତି । ୨୦୧୨ ଓ ୨୦୧୪ରେ କେକେଆର ଚାମ୍ପିୟନ ହେବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଆଇପିଏଲର ଗତ ସଂସ୍କରଣରେ କେକେଆର ଟାଇଟଲ ହାସଲ କରିଥିଲା । ଶ୍ରେୟାଶ ଆୟାର ଦଳର ନେତୃତ୍ୱ ନେଇଥିଲେ । ଫାଇନାଲରେ ହାଇଦ୍ରାବାଦକୁ ୮ ୱିକେଟରେ ଦଳ ଏକତରଫା ଭାବେ ପରାଜିତ କରିଥିଲା । ପୂର୍ବରୁ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚାମ୍ପିୟନ ହୋଇଥିଲା ।

Comments are closed.