Latest Odisha News

୨୦୨୧ ପରେ ହ୍ରାସ ହେଉଛି କୋହଲିଙ୍କ ଟେଷ୍ଟ ପ୍ରଦର୍ଶନ

ଚେନ୍ନାଇ: ୨୦୧୧ରେ ବିରାଟ କୋହଲି ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ୨୦୧୬ରୁ ୨୦୨୦ ମଧ୍ୟରେ କିଙ୍ଗ କୋହଲି ଘରୋଇ ପରିବେଶରେ ୨୨ଟି ଟେଷ୍ଟ ଖେଳିଥିଲେ । ସେ ସମୟରେ ୧୦ ଶତକ ସହ ସେ ୮୬.୧୭ ଆଭରେଜରେ ରନ ସଂଗ୍ରହ କରିଥିଲେ । ମାତ୍ର ୨୦୨୧ପରେ ତାଙ୍କ ପ୍ରଦର୍ଶନସ୍ତରରେ ହ୍ରାସ ଘଟିଛି । ଏହା ମଧ୍ୟରେ କୋହଲି ୧୧ ଟେଷ୍ଟ ଖେଳିଛନ୍ତି । ସେ କୌଣସି ଶତକ ହାସଲ ନ କରି ମାତ୍ର ୩୪.୪୭ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଯାହାକି ଏକ ଚିନ୍ତାର କାରଣ ଭାବେ ବିବେଚନା କରାଯାଉଛି ।

ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ୨୦୧୬ରୁ ୨୦୨୦ ମଧ୍ୟରେ ୪ ଶତକ ସହ ସେ ୧୦୧.୧୦ ଆଭରେଜରେ ରନ ସଂଗ୍ରହ କରିଥିଲେ । ୨୦୨୧ ପରଠାରୁ ସେ ୪ଟି ଶତକ ମାରିଥିଲେ ମଧ୍ୟ ୧୫ ମ୍ୟାଚରେ ୪୪.୮୭ ଆଭରେଜରେ ରନ ହାସଲ କରିଛନ୍ତି ।

ବିସିସିଆଇ ରୋହିତ-ବିରାଟଙ୍କ ବ୍ୟତୀତ କେଏଲ ରାହୁଲ , ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ଶୁଭମନ ଗିଲ ଓ ଯଶସ୍ୱୀ ଜୈସୱାଲଙ୍କୁ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରିଛି । ଏମାନଙ୍କ ପ୍ରଦର୍ଶନସ୍ତର ମଧ୍ୟ ଉତ୍ସାହଜନକ ରହି ନାହିଁ । ରାହୁଲ ୨୦୧୬ରୁ ୨୦ ମଧ୍ୟରେ ୪୪.୨୫ ଆଭରେଜରେ ରନ ସଂଗ୍ରହ କରିଥିବା ବେଳେ ୨୦୨୧ ପରେ ଏହା ୪୧.୩୮କୁ ଖସି ଆସିଛି ।

ପନ୍ତଙ୍କ ୯୨ ଆଭରେଜ ୫୬.୮୭କୁ ଖସିଛି । ତେବେ ଏଥର ଘରୋଇ ପରିବେଶରେ ରୋହିତ ସେନା ନିଶ୍ଚିତ ଭାବେ ସେମାନଙ୍କ ଆଭରେଜ ସୁଧାରିବା ସହ ଭାରତକୁ ସିରିଜ ବିଜୟୀ କରାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି ।

Comments are closed.