Latest Odisha News

କର୍ମ ଫଳ ଭୋଗୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ ଧୋଇଛି ଭାରତ । ଜାତିସଂଘ ସାଧାରଣ ସଭାକୁ ଉଦବୋଧନ ଦେଇ ପାକିସ୍ତାନକୁ କଟାକ୍ଷ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । କହିଛନ୍ତି ନିଜର କୁକର୍ମ ପାଇଁ ଫଳ ଭୋଗୁଛି ପାକିସ୍ତାନ । ନିଜକୁ ହିଁ ବରବାଦ କରିବାରେ ଲାଗିଛି । ପାକିସ୍ତାନରେ ଯାହା ବି କିଛି ହେଉଛି, ତାହା କର୍ମ ଫଳ ବୋଲି କହି କଟାକ୍ଷ କରିଛନ୍ତି ଜୟଶଙ୍କର ।

ଆତଙ୍କବାଦ ଦ୍ୱାରା ନିର୍ଣ୍ଣୟ ହେଉଛି ପାକିସ୍ତାନର ଜିଡିପି

ଜାତିସଂଘର ସାଧାରଣ ସଭା ଅଧିବେଶନରେ ପାକ୍ ପ୍ରଧାନମନ୍ତ୍ରୀ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ବିଷ ଓଗାରିବା ପରେ ପାକିସ୍ତାନକୁ ମିଳିଛି କଡା ଜବାବ । ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରି ଭାରତର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ପାକିସ୍ତାନକୁ ତାତ୍ସଲ୍ୟ କରିଛନ୍ତି । ପାକିସ୍ତାନର ଆତଙ୍କବାଦୀ ନୀତି କେବେ ସଫଳ ହେବ ନାହି ଁ । ପାକିସ୍ତାନକୁ କେବେ ବି କ୍ଷମା କରାଯାିପାରିବ ନାହିଁ । ଅନ୍ୟ ଦେଶର ଅଂଚଳକୁ କବଜା କରିଥିବା ଦେଶର ଅସଲ ଚେହେରା ସାମନାକୁ ଆସିବା ଦରକାର । ଏବେ କେବଳ ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗ ହିଁ ବାକି ରହିଛି, ଯାହାର ସମାଧାନ ବାହାରିବା ଉଚିତ ବୋଲି ଜୟଶଙ୍କର ପାକିସ୍ତାନକୁ କଟାକ୍ଷ କରି କହିଥିଲେ । ଜାତିସଂଘ ଦ୍ୱାରା ଘୋଷିତ ବୈଶ୍ୱିକ ଆତଙ୍କବାଦୀଙ୍କୁ ଜାଣିଶୁଣି ଆଶ୍ରୟ ଦେଉଛି ପାକିସ୍ତାନ । ପାକିସ୍ତାନର ଜିଡିପି ମଧ୍ୟ ମୌଳବାଦ ଓ ଆତଙ୍କବାଦ ଦ୍ୱାରା ମପାଯାଉଛି । ଖରାପ ନୀତି ଯୋଗୁଁ ପାକିସ୍ତାନର ସମାଜ ବରବାଦ୍ ହେଉଛି । ପାକିସ୍ତାନ ନିଜର କର୍ମର ଫଳ ଭୋଗୁଛି । ଆମେ ତାହା ସ୍ପଷ୍ଟ ଦେଖିପାରୁଛୁ ବୋଲି କହିଥିଲେ ଜୟଶଙ୍କର । ପାକିସ୍ତାନ କାହା ଉପରେ ଅଭିଯୋଗ କରିବାକୁ ଯୋଗ୍ୟ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି । ପାକିସ୍ତାନ ଦୁନିଆକୁ ଦୋଷ ଦେଇପାରିବ ନାହିଁ । ଅନ୍ୟ ଦେଶର ଜମିକୁ କବଜା କରିଥିବା ଏକ ବିଫଳ ରାଷ୍ଟ୍ରର ମୁକାବିଲା କରିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ମନ୍ତ୍ରୀ କହିଥିଲେ ।

ଜାତିସଂଘରେ ଭାରତ ବିରୋଧରେ କ’ଣ କହିଥିଲେ ପାକ୍ ପିଏମ୍ ?

ଶୁକ୍ରବାର ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ଭାରତ ବିରୋଧୀ ଟିପ୍ପଣୀ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ । ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । କାଶ୍ମୀରକୁ ପାଲେଷ୍ଟାଇନ ସହ ତୁଳନା କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ । ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ଓ କାଶ୍ମୀର ଲୋକଙ୍କ ଇଚ୍ଛାନୁସାରେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ରଖିଥିଲେ । ଭାରତ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଧମକ ଦେଉଛି ବୋଲି ଜାତିସଂଘ ମଂଚରେ ଅଭିଯୋଗ କରିଥିଲେ ପାକ୍ ପିଏମ୍ ।

ପାକ୍ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀର ଲଢୁଆ ଜବାବ

ଜାତିସଂଘରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀର ଠିକଣା ଜବାବ ଦେଇଥିଲା ଭାରତ । ଜାତିସଂଘରେ ଭାରତୀୟ କୂଟନୀତିଜ୍ଞ ଭାବିକା ମଙ୍ଗଲନନ୍ଦନ ପାକ୍ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀର କଡା ଜବାବ ରଖିଥିଲେ । ରାଇଟ୍ ଟୁ ରିପ୍ଲାଏରେ ମଙ୍ଗଲନନ୍ଦନ ଭାରତ ବିରୋଧରେ ପାକିସ୍ତାନର ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ । ଯେଉଁ ଦେଶ ଭାରତ ବିରୋଧରେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି, ସେହି ଦେଶ ହିଂସା ବିରୋଧରେ  କହିବା ସବୁଠୁ ବଡ ପାପ ବୋଲି ଭାରତ କହିଥିଲା । ଜାତିସଂଘରେ ନିଜ ଭାଷଣରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପାକିସ୍ତାନର ଭାରତ ବିରୋଧୀ ଏଜେଣ୍ଡାକୁ ଆହୁରି ଦୃଢ ଭାବେ ରଖିଥିଲେ । ପାକିସ୍ତାନ କିଛି ଦିନ ପରେ ଏସସିଓ ସମ୍ମିଳନୀ ଆୟୋଜନ କରିବ । ସମ୍ମିଳନୀରେ ଯୋଗ ଦେବା ପାଇଁ ଜୟଶଙ୍କର ପାକିସ୍ତାନ ଯିବା କାର୍ଯ୍ୟକ୍ରମ ରହିିଛି । କିନ୍ତୁ ଭାରତ ଏହି ସମ୍ମିଳନୀକୁ ବିଶେଷ ଗୁରୁତ୍ୱ ଦେଉନାହିଁ ।

 

Leave A Reply

Your email address will not be published.