Latest Odisha News

ସଭାରେ ହଠାତ୍ ଅସୁସ୍ଥ ହୋଇପଡିଲେ ଖଡଗେ, କହିଲେ ମୋଦିଙ୍କୁ….

କାଠୁଆ: ଜାମ୍ମୁ କାଶ୍ମୀରର କାଠୁଆରେ ରବିବାର ଦିନ ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ଏହି ପୁରୁଖା ରାଜନେତା ପୁଣିଥରେ ଭାଷଣ ଦେବା ଆରମ୍ଭ କରି କହିଥିଲେ, ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାସ୍ତ ହୋଇ କ୍ଷମତାରୁ ହଟାଯିବା ପରେ ଯାଇ ସେ ମରିପାରିବେ।

ମୋର ବୟସ ୮୩ବର୍ଷ, ମୁଁ ଏତେ ଶୀଘ୍ର ମରୁନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାରୁ ହଟାଯିବା ପର୍ଯ୍ୟନ୍ତ ମୁଁ ଜୀବିତ ରହିବି ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

ଏଠାକାର ଯୁବକଙ୍କ ଭବିଷ୍ୟତ ପାଇଁ ମୋଦି ମିଛ କାନ୍ଦଣା କାନ୍ଦୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ତେବେ ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ସେ ଆଜି କଠୁଆରେ ଦଳର ପ୍ରଚାର କରୁଥିଲେ। ସଭା ମଞ୍ଚରେ ସେ ଛିଡ଼ା ହୋଇ ଭାଷଣ ଦେଉଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ।

 

Leave A Reply

Your email address will not be published.