Latest Odisha News

ଆନ୍ତର୍ଜାତୀୟ ଟି୨୦ରୁ କାହିଁକି ଅବସର ନେଲେ କହିଲେ ରୋହିତ

ମୁମ୍ବାଇ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଲୋକପ୍ରିୟ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ରୋହିତ ହଠାତ କାହିଁକି ଏହି ଫର୍ମାଟରୁ ଅବସର ନେଲେ ତାହାର ଖୁଲାସା ଏବେ କରିଛନ୍ତି । ହାତରେ ଟ୍ରଫି ଧରିବା ବେଳେ ମୁଁ ଦେଖିଥିଲି ଅନେକ ଯୁବ ଖେଳାଳି ଏଥିପାଇଁ ପ୍ରସ୍ତୁତ ହୋଇଗଲେଣି । ସେମାନଙ୍କୁ ସୁଯୋଗ ମିଳିବା ଦରକାର, ଏହା ଚିନ୍ତା କରି ଅବସର ନେଇଥିଲି ବୋଲି ସେ କହିଥିଲେ । ୧୭ ବର୍ଷ ଧରି ଏହି ଫର୍ମାଟରୁ ମଜା ମୁଁ ଉଠାଇଥିଲି । ଏତେ ସହଜ ନ ଥିଲା ଏଥିରୁ ଦୂରେଇ ଯିବା, ତଥାପି ଯୁବ ଖେଳାଳିଙ୍କ ପାଇଁ ଏହି ପଦକ୍ଷେପ ନେଇଥିଲି । ରୋହିତ ୨ଥର ଭାରତ ବିଶ୍ୱକପ ଜିତିବା ଦଳର ସଦସ୍ୟ ରହିଛନ୍ତି ।

ସେ ୧୫୧ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୧୪୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୪୨୩୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୫ ଶତକ ଓ ୩୨ ଅର୍ଦ୍ଧଶତକ ସାମିଲ । ୯ ବର୍ଷ ବୟସରୁ ମୁଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲି । ଆଜି ପର୍ଯ୍ୟନ୍ତ ଏହା ଜାରୀ ରହିଛି । କ୍ରିକେଟ ଖେଳିବା ବେଳେ ମୁଁ ଏବେ ବି ପୂର୍ବ ଭଳି ନିଶା ରହିଛି ବୋଲି ହିଟମ୍ୟାନ କହିଛନ୍ତି । ରୋହିତ ଏବେ ଟେଷ୍ଟ ଏବଂ ଦିିନିକିଆରେ ଭାରତର ନେତୃତ୍ୱ ନେଉଛନ୍ତି । ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.