Latest Odisha News

BREAKING NEWS

ଟୁରିଷ୍ଟ ହୋଇ ରାତିରେ ବୁଲିଲେ ଏସପି ସୁକନ୍ୟା, ଆଉ ତା’ ପରେ… 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ମହିଳାଙ୍କ ସୁରକ୍ଷାକୁ ତଦାରଖ କରିବାକୁ ଯାଇ ଏସପି ସୁକନ୍ୟା ଶର୍ମା ଶୁକ୍ରବାର ରାତିରେ ପର୍ଯ୍ୟଟକ ଭାବେ ଏକ ଅଟୋରେ ବାହାରିଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଥିବା ୧୧୨ ନମ୍ବର ରାତି ବେଳା ସେବା ଯୋଗାଉଛି କି ନାହିଁ, ସେକଥା ମଧ୍ୟ ପରଖିଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ସେ ରାତି ୧୧ଟା ୩୦ମି.ରେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ପୋଲିସକୁ ଫୋନ କରି ସାହାଯ୍ୟ ପାଇଁ ମାଗିଥିଲେ। କଣ୍ଟ୍ରୋଲ୍ ରୁମର ୧୧୨ ନମ୍ବରରେ କଲ କରି କହିଥିଲେ ଯେ ସେ ଆଗ୍ରାକୁ ଆସିଛନ୍ତି। ନିଛାଟିଆ ରାସ୍ତା ଯୋଗୁ ସେ ଭୟଭୀତ ହୋଇପଡିଛନ୍ତି ଏବଂ ତାଙ୍କୁ ସାହାଯ୍ୟ ଦରକାର।

ଏହା ପରେ କର୍ମଚାରୀମାନେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଠିଆ ହେବାକୁ କହିବା ସହ ଲଗାତାର ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହା ପରେ ତାଙ୍କ ପାଖରେ ଗୋଲାପୀ PRV ଆସି ପହଞ୍ଚିଥିଲା। ପରେ ସେ ନିଜକୁ ଏସପି ବୋଲି ପରିଚୟ ଦେଇଥିଲେ। ଏହା ପରେ ସେ କହିଥିଲେ ଯେ ମୁଁ କେବଳ ଜରୁରୀ ସେବା କାର୍ଯ୍ୟ କରୁଛି କି ନାହିଁ, ତା’କୁ ଦେଖିବାକୁ ଚାହୁଁଥିଲି। ଆପଣମାନେ ଏଥିରେ ପାସ୍‌ ହୋଇଛନ୍ତି।

ଏହାପରେ ମହିଳା ସୁରକ୍ଷାର ସ୍ଥିତି ଯାଞ୍ଚ ପାଇଁ ସେ ରେଳ ଷ୍ଟେସନରୁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଯେଉଁଥିରେ ସେ ସୁରକ୍ଷିତ ଭାବେ ଯାଇ ଘରେ ପହଞ୍ଚିଥିଲେ।

Leave A Reply

Your email address will not be published.