Latest Odisha News

BREAKING NEWS

ଅଚ୍ୟୁତ ସାମନ୍ତଙ୍କୁ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥକେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ ପ୍ରଦାନ କରାଯାଇଛି।

ରବିବାର ଚେନ୍ନାଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍‍ପିଆଇ ଲିଡରସିପ୍‍ ଅଧିବେଶନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏଏଚ୍‍ପିଆଇ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଦାହରଣୀୟ କାର୍ଯ୍ୟ କରିଥିବା ଭାରତୀୟ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏଏଚ୍‍ପିଆଇ ପକ୍ଷରୁ ଦୁଇ ଜଣଙ୍କୁ ସମ୍ମାନିତ କରାଯାଇଛି।

ଅଚ୍ୟୁତ ସାମନ୍ତଙ୍କ ବ୍ୟତୀତ ଆପୋଲୋ ଗ୍ରୁପ୍‍ ଅଧ୍ୟକ୍ଷ ଡା. ପ୍ରତାପ ରେଡ୍ଡୀଙ୍କୁ ଆଇକନିକ ଲିଡର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇବା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ଉତ୍ସାହ ମିଳିଥାଏ ବୋଲି ଅଚ୍ୟୁତ ସାମନ୍ତ କହିବା ସହ ଏଏଚ୍‍ପିଆଇକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବାରୁ ଚୟନ କମିଟି ମୁଖ୍ୟ ଡା ବିଜୟ ଅଗ୍ରୱାଲ ଓ ଏଏଚ୍‍ପିଆଇ ମହାନିର୍ଦ୍ଦେଶକ ଡା. ଗିରିଧର ଜ୍ଞାନୀଙ୍କୁ ସେ ନିଜର କୃତଜ୍ଞତା ଜଣାଇଛନ୍ତି।

 

 

Leave A Reply

Your email address will not be published.