Latest Odisha News

ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ତାର ବିଭିନ୍ନ ଓ ସୁସ୍ବାଦୁ ଖାଦ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଥିବାବେଳେ, ଏବେ ଆଉ ଏକ ପ୍ରଶଂସା ସାଉଁଟିଛି । ତେବେ ବର୍ତ୍ତମାନ ଖାଦ୍ୟ ପ୍ରଣାଳୀକୁ ନେଇ ଭାରତ ପ୍ରଶଂସାର ପାତ୍ର ହୋଇଛି । ଓ୍ବାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ (ଡବ୍ଲୁଡବ୍ଲୁଏଫ୍)ର ଲିଭିଂ ପ୍ଲାନେଟ୍ ରିପୋର୍ଟ ଅନୁଯାୟୀ, ଭାରତୀୟମାନେ ଖାଉଥିବା ଖାଦ୍ୟ ପରିବେଶ ପାଇଁ ଖୁବ୍ ଅନୁକୁଳ ଆଉ ପୋଷଣୀୟ ଅଟେ ।

ରିପୋର୍ଟ ମୁତାବକ, ଭାରତର ଖାଦ୍ୟପେୟ ସବୁଠୁ ସ୍ବାଗତଯୋଗ୍ୟ । ଯଦି ବିଶ୍ୱର ସମସ୍ତ ଦେଶ ଗୁଡିକ ୨୦୫୦ ସୁଦ୍ଧା ଭାରତର ଖାଦ୍ୟ ପ୍ରଣାଳୀକୁ ଅନୁସରଣ କରନ୍ତି, ତେବେ ପରିବେଶ ଉପରେ କୁପ୍ରଭାବ କମିଯିବ । ଏହା ଦ୍ବାରା ଆମର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଜମିର ବ୍ୟବହାର ମଧ୍ୟ କମିଯିବ । ଏହା ଦ୍ୱାରା ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ ରୋକାଯାଇ ପାରିବ ।

ମାତ୍ର ଗୋଟିଏରୁ କମ୍‌ ପୃଥିବୀ ଆବଶ୍ୟକ ପଡ଼ିବ । ଏଥିସହ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ମଧ୍ୟ କମ୍ ହେବ । ଏହା ଦ୍ୱାରା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ବୃଦ୍ଧି ପାଇବ ନାହିଁ ।

ଅନ୍ୟପଟେ, ଏହି ରିପୋର୍ଟ ଭାରତର ମିଲେଟ୍ ମିଶନକୁ ଖୁବ୍ ପ୍ରଶଂସା କରିଛି । ଭାରତର ମିଲେଟ୍ ମିଶନ୍ ପୁରୁଣା ଖାଦ୍ୟ ଶସ୍ୟ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି । ଏହି ଶସ୍ୟ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, ବରଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ଶକ୍ତିଶାଳୀ ଅସ୍ତ୍ର । ତେଣୁ ଅଙ୍ଗାରକାମ୍ଳ କମ୍ ନିର୍ଗମନ ହେଉଥିବା ଖାଦ୍ୟ ଏବଂ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ଓ୍ବାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ ।

Leave A Reply

Your email address will not be published.