Latest Odisha News

ମଣିପାଲ ଟାଇଗର୍ସକୁ ହରାଇଲା ଇଣ୍ଡିଆ କ୍ୟାପିଟାଲ୍ସ

ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଇଣ୍ଡିଆ କ୍ୟାପିଟାଲ୍ସ ୧୩ ରନରେ ମଣପାଲଊ ଟାଇଗର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୭ ୱିକେଟ ହରାଇ ୧୮୫ ରନ କରିଥିଲା । ବେନ ଡଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୪୭ ବଲରୁ ୯୭ ରନ ସଂଗ୍ରହ କରିଥିଲେ । ଡ୍ୱେନ ସ୍ମିଥ ୨୯ ଓ ଧ୍ରୁବ ରାଭାଲ ୧୭ ରନ କରିଥିଲେ । ବିପକ୍ଷ ଦଳର ଧାୱଲ କୂଲକର୍ଣ୍ଣି ଓ ଇକବାଲ ଅବଦୁଲ୍ଲା ୩ଟି ଲେଖାଏଁ ୱିକେଟ ନେଇଥିଲେ ।

ଜବାବରେ ମଣିପାଲ ଟାଇଗର୍ସ ୨୦ ଓଭରରେ ୯ ୱିକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା । ଅନୁରୀତ ସିଂ ୧୮ ବଲରୁ ୫୦ ରନ କରି ଅପରାଜିତ ରହିଥିଲେ । ଓବୁସ ପାଇନର ୨୮ ଓ ଡ୍ୟାନ କ୍ରିଷ୍ଟିଆନ ୨୪ ରନ କରିଥିଲେ । ଆଶଲେ ଗୁଣରତ୍ନେ ୩ଟି ୱିକେଟ ନେଇଥିବା ବେଳେ ଓବୁସ ଓ ଥିସରା ପେରିରା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବେନ ଡଙ୍କ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ

Leave A Reply

Your email address will not be published.