Latest Odisha News

ବିଜେଡି ଆଉ ରହିବ ନାହିଁ… , ନବୀନ ବାବୁଙ୍କ ବୟସ ବହୁତ ହୋଇଗଲାଣି: ଯୋଗାଣ ମନ୍ତ୍ରୀ

କଟକ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ନବୀନ ବାବୁଙ୍କ ବୟସ ଅଧିକ ହୋଇଗଲାଣି। ସେ ଆଉ ବୁଲାବୁଲି କରିପାରୁନାହାନ୍ତି। ପାଣ୍ଡିଆନଙ୍କୁ ଆଗକୁ ଆଣିଲେ ବିଜେଡିର ବହୁତ କ୍ଷତି ହେବ ଏବଂ ତାଙ୍କୁ ରାଜ୍ୟବାସୀ ବିଶ୍ୱାସ କରିବେ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ତେଣୁ ବିଜେଡି ଆଉ ରହିବ ନାହିଁ। ମନ୍ତ୍ରୀଙ୍କ ଏପରି  ବୟାନ ପରେ ରାଜନୈତିକ ପରିବେଶ ବେଶ୍‌ ସରଗରମ ହୋଇଉଠିଛି।

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆୟୋଜିତ ସମୀକ୍ଷା ବୈଠକ ପରେ ମନ୍ତ୍ରୀ  ଗଣମାଧ୍ୟମକୁ ଏପରି ବୟାନ ଦେଇଛନ୍ତି। ଅନ୍ୟପକ୍ଷରେ କଳାବଜାରୀ ରୋକିବା ପାଇଁ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ। କୌଣସି ବ୍ୟବସାୟୀ କଳାବଜାରୀ କଲେ  କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ  କହିଛନ୍ତି।

Comments are closed.