Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା, ଗ୍ୟାସ୍‌ ସିଲିଣ୍ଡର ଫାଟି ଚାଲିଗଲା ପରିବାରର ୬ ଜଣଙ୍କ ଜୀବନ

ଲକ୍ଷ୍ନୌ: ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୯ ଗୁରୁତର । ଉତ୍ତର ପ୍ରଦେଶ ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଘଟିଛି ଏହି ଅଘଟଣ । ଦୁର୍ଘଟଣାରେ ପରିବାରର ୩ ମହିଳା ଓ ୩ ପୁରୁଷ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରର ମୋଟ ୧୫ ଜଣ ସଦସ୍ୟ ଥିଲେ । ବାକି ୯ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଛି ।

ସୂଚନା ଅନୁସାରେ, ସିକନ୍ଦରାବାଦ ଆଶାପୁରୀ ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ମହଲା ବିଶିଷ୍ଟ କୋଠାଟି ସମ୍ପୁର୍ଣ୍ଣ ଭାବରେ ମାଟିରେ ମିଶିଯାଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଞ୍ଚଳର ଏସଡିଏମ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଘଟଣାକୁ ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକମାନଙ୍କୁ କ୍ଷତିପୂରଣ ଦେବା ସହିତ ଆହତମାନଙ୍କୁ ଉତ୍ତମ ଚିକିତ୍ସା କରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.