Latest Odisha News

BREAKING NEWS

ମିଳିଲା ହିଜବୁଲ୍ଲା ବଙ୍କର; ରହିଛି ୫୦୦ ନିୟୁତ ଡ଼ଲାରରୁ ଅଧିକ ସୁନା ଓ ଟଙ୍କା

ନୂଆଦିଲ୍ଲୀ: ହିଜବୁଲ୍ଲା ବଙ୍କର ଠାବ। ହିଜବୁଲକୁ ନେଇ ଏକ ବଡ଼ ଖୁଲାସା କରିଛି ଇସ୍ରାଏଲ। ଇସ୍ରାଏଲ ସେନା (ଆଇଡ଼ିଏଫ)ର ମୁଖ୍ୟ ମୁଖପାତ୍ର ରିୟର ଏଡ଼ମିରଲ ଡ଼େନିୟଲ ହାଗରୀ ଦାବି କରିଛନ୍ତି ଯେ, ହିଜବୁଲ ମୁଖ୍ୟ ହସନ ନସରଲ୍ଲାହଙ୍କୁ ଯେଉଁ ବଙ୍କରରେ ହତ୍ୟା କରାଯାଇଥିଲା ସେଠାରେ ବହୁ ମୂଲ୍ୟବାନ ଜିନିଷ ଥିଲା।

ନୂଆଦିଲ୍ଲୀ: ହିଜବୁଲ୍ଲା ବଙ୍କର ଠାବ। ହିଜବୁଲକୁ ନେଇ ଏକ ବଡ଼ ଖୁଲାସା କରିଛି ଇସ୍ରାଏଲ। ଇସ୍ରାଏଲ ସେନା (ଆଇଡ଼ିଏଫ)ର ମୁଖ୍ୟ ମୁଖପାତ୍ର ରିୟର ଏଡ଼ମିରଲ ଡ଼େନିୟଲ ହାଗରୀ ଦାବି କରିଛନ୍ତି ଯେ, ହିଜବୁଲ ମୁଖ୍ୟ ହସନ ନସରଲ୍ଲାହଙ୍କୁ ଯେଉଁ ବଙ୍କରରେ ହତ୍ୟା କରାଯାଇଥିଲା ସେଠାରେ ବହୁ ମୂଲ୍ୟବାନ ଜିନିଷ ଥିଲା। ଆଉ ଏହି ବଙ୍କର ବେରୁତ ସହରର ମଝିରେ ଥିବା ଅଲ୍ ସାହେଲ ହସ୍ପିଟାଲ ତଳେ ରହିଛି।

ଆଇଡ଼ିଏଫର ସୂଚନା ଅନୁସାରେ, ଲେବନାନର ଏକ ହସ୍ପିଟାଲ ତଳେ ହିଜବୁଲର ବଙ୍କର ରହିଛି। ଏଥିରେ ୫୦୦ ନିୟୁତ ଡ଼ଲାରରୁ ଅଧିକ ସୁନା ଓ ଟଙ୍କା ରହିଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପାଖାପାଖି ୪୨୦୦ କୋଟି ଟଙ୍କା ହେବ।

ଇସ୍ରାଏଲ ବାୟୁସେନା ହିଜବୁଲର ଆର୍ଥିକ ଠିକଣା ଉପରେ ଆକ୍ରମଣ କରିଛି ବୋଲି ଆଇଡ଼ିଏଫ ଦାବି କରିଛି। ଆମର ଟାର୍ଗେଟ ଏକ ଗୁପ୍ତ ସ୍ଥାନରେ ଥିଲା। ହିଜବୁଲ ହସ୍ପିଟାଲ ତଳେ ଲୁଚାଇ ରଖିଥିବା ଅର୍ଥରେ ଦେଶର ପୁନଃନିର୍ମାଣରେ ବ୍ୟବହାର ହୋଇପାରିବ ବୋଲି ଆଇଡ଼ିଏଫ କହିଛି। ଡ଼େନିୟଲ ହାଗରୀ ଏହି ସ୍ଥାନର ଚିତ୍ରକୁ ମଧ୍ଯ ସେୟାର କରିଛନ୍ତି।

ତେବେ ହିଜବୁଲ ମଧ୍ୟ ଆଇଡ଼ିଏଫର ଦାବି ଉପରେ ପ୍ରତିକ୍ରିୟା ରଖିଛି। ଲେବନାନର ଜଣେ ବିଧାୟକ ଆଲାମେହ ଇସ୍ରାଏଲର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଆଲାମେହ କହିଛନ୍ତି ଯେ, ଦୁନିଆ ଆସି ଦେଖିବା ଉଚିତ, ଏଠାରେ କେବଳ ଏକ ଡ଼ାକ୍ତରଖାନା ଅଛି। ହସ୍ପିଟାଲରେ ଅପରେସନ ରୁମ୍ ଓ ରୋଗୀ ଅଛନ୍ତି।

Leave A Reply

Your email address will not be published.