Latest Odisha News

BREAKING NEWS

ଜିମ୍ ଉପକରଣରେ ଟୟଲେଟ ସିଟ୍ ଠାରୁ ଅଧିକ ବ୍ୟାକ୍ଟେରିଆ

ଭୁବନେଶ୍ୱର: କେବଳ ଘର ନୁହେଁ ପ୍ରତ୍ୟକ ସ୍ଥାନରେ ରହିଛନ୍ତି କୀଟାଣୁ। ଘରେ ଥିବା ସ୍ବିଚ ବୋର୍ଡ, ବେସିନ , ତକିଆ, ଟିଭି, ଏସି ବାଲକୋନୀ ଭଳି ଅନେକ ସ୍ଥାନରେ ଥାଆନ୍ତି ବ୍ୟାକ୍ଟେରିଆ। ସବୁଠୁ ଅଧିକ ବ୍ୟାକ୍ଟେରିଆ ଟୟଲେଟ ସିଟରେ ଦେଖିବାକୁ ମିଳିଥାଏ। ଏକ ନୂଆ ଗବେଷଣା ଅନୁସାରେ ଜିମ ଲଭରଙ୍କ ପାଇଁ ବଡ ଖବର। ସେମାନଙ୍କୁ କରାଯାଇଛି ସାବଧାନ। ଗବେଷଣା ଅନୁସାରେ, ଜିମରେ ବ୍ୟବହାର ହେଉଥିବା ଡମ୍ବଲ ପାରି ଅନ୍ୟ ଉପକରଣ ମାନଙ୍କରେ ରହିଛି ଅଧିକ ବ୍ୟାକ୍ଟେରିଆ। ଏମିତି କି ଟୟଲେଟ ସିଟ୍ ତୁଳନାରେ ଏଥିରେ ୩୬୨ ଗୁଣ ଅଧିକ ବ୍ୟାକ୍ଟେରିଆ ଅଛନ୍ତି।

ଜିମ୍ ଉପକରଣରେ ହାନିକାରକ ବ୍ୟାକ୍ଟେରିଆ 

ରିସର୍ଚ ଅନୁସାରେ ଜିମ ଉପକରଣ ଗୁଡିକରେ ହାନିକାରକ ବ୍ୟାକ୍ଟେରିଆ ରହିଥାନ୍ତି। ଏହା ଜିମ୍ ଯାଉଥିବା ବ୍ୟକ୍ତି ମାନଙ୍କ ପାଇଁ ଭୟଙ୍କର ହୋଇପାରେ। ସେମାନଙ୍କ ଶରୀରରେ ଦେଖା ଦେଇପାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା । ଏହାକୁ ନେଇ ଫିଟରେଟେଡ କରିଛି ଗବେଷଣା। ଗବେଷଣା ଅନୁସାରେ ଜିମ ଉପକରଣରେ ୧୦ ଲକ୍ଷରୁ ଅଧିକ ବ୍ୟାକ୍ଟେରିଆ ଦେଖିବାକୁ ମିଳିଛି। ଏହି ବ୍ୟାକ୍ଟେରିଆର ନା ଗ୍ରାମ ନେଗେଟିଭ । ଏପରି କି ଟୟଲେଟ ସିଟ ତୁଳନାରେ ଏଥିରେ ୩୬୨ ଗୁଣ ଅଧିକ ବ୍ୟାକ୍ଟେରିଆ ଦେଖିବାକୁ ମିଳିଥିଲା।

ସବୁଦିନ ବ୍ୟବହୃତ ଜିମ ଉପକରଣ ବେଶୀ ସଂକ୍ରମିତ

ଲୋକମାନଙ୍କ ଦ୍ଵାରା ବାରମ୍ବାର ବ୍ୟବହାର ହେଉଥିବା କାରଣରୁ ଏହି ଉପକରଣ ଗୁଡିକରେ ବହୁତ ପରିମାଣରେ ବ୍ୟାକ୍ଟେରିଆ ଦେଖାଯାଆନ୍ତି।

କିପରି ପାଇବେ ରକ୍ଷା ?

  • ବ୍ୟାକ୍ଟେରିଆ ରୋକିବାକୁ ମେସିନ ଓ ନିଜକୁ ସଫା ରଖନ୍ତୁ।
  • ଉପକରଣ ବ୍ୟବହାର ଓ ବ୍ୟବହାର ପରେ ଭଲ ଭାବରେ ହାତ ଧୁଅନ୍ତୁ।
  • ୱାର୍କ ଆଉଟ ସାରିବା ପରେ ତୁରନ୍ତ ପିନ୍ଧିଥିବା ଡ୍ରେସ ଚେଞ୍ଜ କରନ୍ତୁ।

ଏସବୁ କରିବ ଦ୍ଵାରା ଆପଣ ସଂକ୍ରମଣରୁ ରକ୍ଷା ପାଇ ପାରିବେ।

ବ୍ୟୁରୋ ରିପୋର୍ଟ , ଓଡ଼ିଶା ସମ୍ବାଦ

Leave A Reply

Your email address will not be published.