Latest Odisha News

‘ଦାନା’ର ସଫଳ ମୁକାବିଲା ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ସହ ବାତ୍ୟା ମୁକବିଲାରେ ସହଭାଗୀ ହୋଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।  ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟିଗଲା।  ବାତ୍ୟା ‘ଦାନା’, ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ।  ସରକାରଙ୍କ ‘ଜିରୋ କାଜୁଆଲଟି’ ନୀତିକୁ, ସଫଳତାର ସହିତ, କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଅଛି।

ଲୋକଙ୍କୁ ସୁରକ୍ଷିତ କରି, ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ, ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଅଛି । ଏ ସରକାର ଆପଣମାନଙ୍କର (ଜନସାଧାରଣଙ୍କର), ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର  ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ।

ଶାନ୍ତିଶୃଙ୍ଖଳା ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର, ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର । ସମଗ୍ର ଓଡିଶାବାସୀଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି । ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ ।

 

 

Leave A Reply

Your email address will not be published.