ନୂଆଦିଲ୍ଲୀ: ବିଶ୍ଵର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ନିୟମ ରହିଛି । ସାଧାରଣତଃ ଦେଶମାନଙ୍କରେ ପ୍ରାୟ ସବୁପ୍ରକାରର କାର୍ଯ୍ୟ ପାଇଁ ନିୟମ ସ୍ଥିର ହୋଇଥାଏ । ଏହି ନିୟମ ଅନୁଯାୟୀ ଲୋକଙ୍କୁ କାମ କରିବାକୁ ପଡିଥାଏ । ଯଦି କେହି ଏହି ନିୟମର ଉଲଙ୍ଘନ କରନ୍ତି ତେବେ ତାଙ୍କ ପାଇଁ କଡା ଦଣ୍ଡର ମଧ୍ୟ ବ୍ୟବସ୍ଥା ହୋଇଥାଏ । ଏବଂ ସେହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ତେବେ ଦୁନିଆର ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଛି । ଆଉ ସେହି ନିୟମ ମଧ୍ୟରେ ବିବାହର ବୟସ ମଧ୍ୟ ସ୍ଥିର ହୋଇଥାଏ ।
ସନ୍ତାନ ପ୍ରାପ୍ତି କରିବା ପିତାମାତାଙ୍କ ପାଇଁ ଏକ ବଡ଼ ଖୁସିର ବିଷୟ । ସେ ପୁଅ ହେଉ କି ଝିଅ । ସନ୍ତାନ ପ୍ରାପ୍ତି ପାଇଁ ପିତାମାତାମାନେ ଅନେକ ସ୍ଥାନରେ ମାନସିକ କରିବା ସହ ଭଗବାନଙ୍କୁ ଭୋଗ ନୈବେଦ୍ୟ ଆଦି ଅର୍ପଣ କରନ୍ତି । ତଥାପି କିଛି ଲୋକ ପିତାମାତା ହୋଇପାରନ୍ତି ନାହିଁ । ଏହିପରି ପିତାମାତାମାନେ ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି । ଏପରିକି ବିବାହ କରିନଥିବା ଜଣେ ଅବିବାହିତ ବ୍ୟକ୍ତି ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ପୋଷ୍ୟ ସନ୍ତାନମାନଙ୍କୁ ମଧ୍ୟ ନିଜ ପିଲା ପରି ଲାଳନ ପାଳନ କରିଥା’ନ୍ତି । ତେବେ ଦୁନିଆରେ ଏପରି ଏକ ଦେଶ ରହିଛି ଯେଉଁଠାରେ ବିବାହକୁ ନେଇ ଅତି ଲଜ୍ଜାଜନକ ନିୟମ ରହିଛି । ଯାହା ଶୁଣି ଆପଡ଼ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଦେଶରେ ପୋଷ୍ୟ ଝିଅକୁ ବିବାହ କରନ୍ତି ପୋଷ୍ୟ ଗ୍ରହଣ କରିଥିବା ବାପା । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ଏହି ନିୟମ ଏହି ଦେଶର ସରକାର ନିଜେ କରିଥିଲେ।
ଇରାନରେ ପ୍ରଚଳିତ ରହିଛି ଏହି ଲଜ୍ଜାଜନକ ନିୟମ । ଇରାନରେ, ଯଦି ଜଣେ ପିତା ଜଣେ ଝିଅକୁ ପୋଷ୍ୟ ଭାବରେ ଗ୍ରହଣ କରନ୍ତି ତେବେ ସେ ଚାହିଁଲେ ସେହି ଝିଅକୁ ବିବାହ କରିପାରିବେ । ୨୦୧୩ ମସିହାରେ, ଇରାନର ତତ୍କାଳୀନ ସରକାର ଏହି ନିୟମ ପ୍ରଣୟନ କରିଥିଲେ। ଇରାନରେ ବିବାହକୁ ନେଇ ହୋଇଥିବା ନିୟମ ମଧ୍ୟ ସମ୍ପୁର୍ଣ୍ଣ ଅଲଗା । ଭାରତରେ ଝିଅମାନଙ୍କ ପାଇଁ ବିବାହର ବୟସ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ । କିନ୍ତୁ ଇରାନରେ ୯-୧୩ ବର୍ଷର ଝିଅମାନେ ମଧ୍ୟ ବିବାହ କରିପାରିବେ । ସେହିପରି ୧୫ବର୍ଷରେ ପୁଅମାନେ ବିବାହ କରିପାରିବେ ।
BREAKING NEWS
- ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା;ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ କରି ପାରିବେ ଦର୍ଶନ
- ଭୁବନେଶ୍ୱର ବିମାନବନ୍ଦରକୁ ଲିଜ୍ ଦେବା ପ୍ରସଙ୍ଗ: ଆନ୍ଦୋଳନର ଧମକ ଦେଲା ବିଜେଡି, କେନ୍ଦ୍ରରୁ କୌଣସି ପ୍ରସ୍ତାବ ମିଳିନଥିବା କହିଲେ ପରିବହନ ମନ୍ତ୍ରୀ
- ବିଟ୍ ରୁଟରୁ କିପରି ତିଆରି ହୁଏ ଚିନି?
- ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ!
- Mercury Transit:ରକ୍ଷାବନ୍ଧନ ପରେ ବୁଧଙ୍କ ଚଳନରେ ଆସିବ ପରିବର୍ତ୍ତନ;ମେଷ ରାଶି ସମେତ ୪ ରାଶି ପାଇଁ ଭଲ ଦିନ ଆରମ୍ଭ
- ଆସନ୍ତା ୩୦ ତାରିଖରେ ନିଟ୍-ପିଜି ପରୀକ୍ଷା, କେବେ ଠାରୁ ମିଳିବ ଆଡମିଟ୍ କାର୍ଡ?
- କଙ୍ଗୋରେ ଭୟଙ୍କର ରୂପ ନେଲାଣି “ଇବୋଲା”
- ରାଜଧାନୀ ଉପକଣ୍ଠରେ ୪୦୦ରୁ ଅଧିକ ରେଡ୍ ଜୋନ୍ ଶିଳ୍ପ, ପାଲଟିବ କି ଦିଲ୍ଲୀ?
- ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,୫ ଗିରଫ
- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୯୫ ପ୍ରତିଶତ ସମାଧାନ, ଦୂରାରୋଗ୍ୟ ପୀଡିତଙ୍କ ପାଇଁ ୧୪.୫୦ ଲକ୍ଷ ଟଙ୍କା ମଞ୍ଜୁର

Comments are closed.