ନୂଆଦିଲ୍ଲୀ: ବିଶ୍ଵର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ନିୟମ ରହିଛି । ସାଧାରଣତଃ ଦେଶମାନଙ୍କରେ ପ୍ରାୟ ସବୁପ୍ରକାରର କାର୍ଯ୍ୟ ପାଇଁ ନିୟମ ସ୍ଥିର ହୋଇଥାଏ । ଏହି ନିୟମ ଅନୁଯାୟୀ ଲୋକଙ୍କୁ କାମ କରିବାକୁ ପଡିଥାଏ । ଯଦି କେହି ଏହି ନିୟମର ଉଲଙ୍ଘନ କରନ୍ତି ତେବେ ତାଙ୍କ ପାଇଁ କଡା ଦଣ୍ଡର ମଧ୍ୟ ବ୍ୟବସ୍ଥା ହୋଇଥାଏ । ଏବଂ ସେହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ତେବେ ଦୁନିଆର ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଛି । ଆଉ ସେହି ନିୟମ ମଧ୍ୟରେ ବିବାହର ବୟସ ମଧ୍ୟ ସ୍ଥିର ହୋଇଥାଏ ।
ସନ୍ତାନ ପ୍ରାପ୍ତି କରିବା ପିତାମାତାଙ୍କ ପାଇଁ ଏକ ବଡ଼ ଖୁସିର ବିଷୟ । ସେ ପୁଅ ହେଉ କି ଝିଅ । ସନ୍ତାନ ପ୍ରାପ୍ତି ପାଇଁ ପିତାମାତାମାନେ ଅନେକ ସ୍ଥାନରେ ମାନସିକ କରିବା ସହ ଭଗବାନଙ୍କୁ ଭୋଗ ନୈବେଦ୍ୟ ଆଦି ଅର୍ପଣ କରନ୍ତି । ତଥାପି କିଛି ଲୋକ ପିତାମାତା ହୋଇପାରନ୍ତି ନାହିଁ । ଏହିପରି ପିତାମାତାମାନେ ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି । ଏପରିକି ବିବାହ କରିନଥିବା ଜଣେ ଅବିବାହିତ ବ୍ୟକ୍ତି ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ପୋଷ୍ୟ ସନ୍ତାନମାନଙ୍କୁ ମଧ୍ୟ ନିଜ ପିଲା ପରି ଲାଳନ ପାଳନ କରିଥା’ନ୍ତି । ତେବେ ଦୁନିଆରେ ଏପରି ଏକ ଦେଶ ରହିଛି ଯେଉଁଠାରେ ବିବାହକୁ ନେଇ ଅତି ଲଜ୍ଜାଜନକ ନିୟମ ରହିଛି । ଯାହା ଶୁଣି ଆପଡ଼ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଦେଶରେ ପୋଷ୍ୟ ଝିଅକୁ ବିବାହ କରନ୍ତି ପୋଷ୍ୟ ଗ୍ରହଣ କରିଥିବା ବାପା । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ଏହି ନିୟମ ଏହି ଦେଶର ସରକାର ନିଜେ କରିଥିଲେ।
ଇରାନରେ ପ୍ରଚଳିତ ରହିଛି ଏହି ଲଜ୍ଜାଜନକ ନିୟମ । ଇରାନରେ, ଯଦି ଜଣେ ପିତା ଜଣେ ଝିଅକୁ ପୋଷ୍ୟ ଭାବରେ ଗ୍ରହଣ କରନ୍ତି ତେବେ ସେ ଚାହିଁଲେ ସେହି ଝିଅକୁ ବିବାହ କରିପାରିବେ । ୨୦୧୩ ମସିହାରେ, ଇରାନର ତତ୍କାଳୀନ ସରକାର ଏହି ନିୟମ ପ୍ରଣୟନ କରିଥିଲେ। ଇରାନରେ ବିବାହକୁ ନେଇ ହୋଇଥିବା ନିୟମ ମଧ୍ୟ ସମ୍ପୁର୍ଣ୍ଣ ଅଲଗା । ଭାରତରେ ଝିଅମାନଙ୍କ ପାଇଁ ବିବାହର ବୟସ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ । କିନ୍ତୁ ଇରାନରେ ୯-୧୩ ବର୍ଷର ଝିଅମାନେ ମଧ୍ୟ ବିବାହ କରିପାରିବେ । ସେହିପରି ୧୫ବର୍ଷରେ ପୁଅମାନେ ବିବାହ କରିପାରିବେ ।
BREAKING NEWS
- କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ ସ୍ମାର୍ଟଫୋନ୍
- ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍ର ଅଂଶଗ୍ରହଣ;ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ
- ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ
- ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର
- ‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ
- ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ
- Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ
- ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

Comments are closed.