Latest Odisha News

BREAKING NEWS

ଗୋଆର ଭ୍ରମ ସୃଷ୍ଟି କରିବ ଚନ୍ଦ୍ରଭାଗା: ପାଇବ ଅତ୍ୟାଧୁନିକ ସ୍ପର୍ଶ

ପୁରୀ: ଗୋଆ ଏବଂ ପଣ୍ଡିଚେରୀ ବେଳାଭୂମି ପରି ଚନ୍ଦ୍ରଭାଗାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଅତ୍ୟାଧୁନିକ ସ୍ପର୍ଶରେ ନୂଆ ରୂପ ନେବାକୁ ଯାଉଛି ଚନ୍ଦ୍ରଭାଗା । ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହେବା ସହ ଏହା ଗୋଆ ବିଚ୍ ଭ୍ରମ ସୃଷ୍ଟି କରିବ । ଏଥିପାଇଁ ସୋମବାର ପରତଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସରୋଜ ସ୍ବାଇ ଚନ୍ଦ୍ରଭାଗା ବୁଲି ଦେଖିଛନ୍ତି । ଚନ୍ଦ୍ରଭାଗାରେ ଥିବା ବ୍ୟବସାୟ ଅନୁଷ୍ଠାନକୁ ବିସ୍ଥାପିତ କରିବାର ସ୍ଥାନ ବୁଲି ଦେଖିବା ସହିତ ଚନ୍ଦ୍ରଭାଗା ଉପକୂଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ।

ତେବେ ଚନ୍ଦ୍ରଭାଗା ନବୀକରଣର କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ରାମଚଣ୍ଡୀ ପୀଠ ଓ କୋଣାର୍କ ମୁଖ୍ୟ ରାସ୍ତାର କାର୍ଯ୍ୟ ଅଧା ହୋଇଛି । ଆସନ୍ତା କୋଣାର୍କ ଉତ୍ସବ ପୂର୍ବରୁ ପାଖାପାଖି କାର୍ଯ୍ୟ ଶେଷ ହୋଇଯିବ ।  କୋଣାର୍କ ଉତ୍ସବର ୨ ମାସ ପରେ ଚନ୍ଦ୍ରଭାଗାର ନୂଆ ରୂପ ପ୍ରସ୍ତୁତ ହେବା ସହ ପର୍ଯ୍ୟଟକକୁ ଆକର୍ଷିତ କରିବ । ଏଥିପାଇଁ ଦ୍ରୁତ ଗତିରେ କାମ ଚାଲିଥିବା କଥା କହିଛନ୍ତି ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ । କିଭଳି କୋଣାର୍କ ବେଳାଭୂମିରେ ଦେଶବିଦେଶର ପର୍ଯ୍ୟଟକ ୨୪ ଘଣ୍ଟା ବାନ୍ଧି ହୋଇ ରହିବେ ସେନେଇ ସରକାର ଯୋଜନା କରୁଛନ୍ତି ।

Comments are closed.