Latest Odisha News

BREAKING NEWS

ଖାଲି ପେଟରେ ଚା’ ପିଉଛନ୍ତି କି? ଅଭ୍ୟାସ ନେଇପାରେ ଜୀବନ…

ଭୁବନେଶ୍ବର: ଚା’ କିଛି ବ୍ୟକ୍ତିଙ୍କ ପାଇଁ ଏକ ଭାବାବେଗ । ଆମ ଦେଶରେ ପାଖାପାଖି ୭୨ ପ୍ରତିଶତ ବ୍ୟକ୍ତି ଦୈନନ୍ଦିନ ଭାବରେ ଚା’ ପିଅନ୍ତି । ଏମିତି କି ଆମ ଦେଶରେ ଚା’ର ବହୁଳ ମାତ୍ରାରେ ବ୍ୟବହାର ଯୋଗୁଁ ଏବେ ଭାରତକୁ ‘ଚା’ ଦେଶ’ ବୋଲି କୁହାଯାଉଛି । ଏଠି ପିଲାଙ୍କ ଠାରୁ ବଡ ଯାଏଁ ଚା’ ଏକ ଅଭ୍ୟାସ । କିନ୍ତୁ କ’ଣ ଆପଣ ଜାଣନ୍ତି ଆପଣଙ୍କ ଏହି ଅଭ୍ୟାସ ଦିନେ ଆପଣଙ୍କୁ ମୃତ୍ୟୁ ମୁଖରେ ପକାଇପାରେ । କିଛି ନିର୍ଦ୍ଦିଷ୍ଟ ସମୟ ରହିଛି ଯେଉଁ ସମୟରେ ଏହି ଅଭ୍ୟାସ ଆପଣଙ୍କ ପାଇଁ କାଳ ସାଜିପାରେ ।

ତେବେ କିଛି କିଛି ବ୍ୟକ୍ତି ସକାଳୁ ଆଗ ଉଠିବା ମାତ୍ରେ ତାଙ୍କର ଚାହା ଆବଶ୍ୟକ ହୋଇଥାଏ । ଚା’ ପିଇବାରୁ ହିଁ ତାଙ୍କର ଦିନ ଆରମ୍ଭ ହୁଏ । ଯଦି ଏଭଳି କରୁଛନ୍ତି ତାହେଲେ ସାବଧାନ୍! ପ୍ରଥମତଃ ଅତ୍ୟଧିକ ଚା’ ପିଇବା ଏକ ବଦଭ୍ୟାସ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅତି ବେଶୀରେ ଦିନକୁ ଥରେ ଚା’ ପିଇବା ଉଚିତ୍ । କିନ୍ତୁ କେବେ ବି ଭୁଲରେ ଖାଲି ପେଟରେ ଚା’ ପିଅନ୍ତୁ ନାହିଁ । ଯଦି ଆପଣ ଖାଲି ପେଟରେ ଚା’ ପିଉଛନ୍ତି, ବିଶେଷ କରି କ୍ଷୀର ଚା’, ତାହାଲେ ଏଥିରେ ଥିବା କାଫିନ ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବାରେ । ଯାହା ବ୍ଲୋଟିଂ, ମୋଟାପଣ, ହୃଦଘାତ ଭଳି ସମସ୍ୟା ସୃଷ୍ଟି କରିଥାଏ ।

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଚା’ର ନକରାତ୍ମକ ପ୍ରଭାବ:

  • ଗ୍ୟାସ ସମସ୍ୟାସକାଳେ ଖାଲି ପେଟରେ ଚା’ ପିଇଲେ ଶରୀରରେ ଗ୍ୟାସ୍ ସମସ୍ୟା ବୃଦ୍ଧି ହୋଇ ହଜମ କ୍ଷମତା କମିଥାଏ ।
  • ମୋଟାପଣଚା’ ପିଇବା ଦ୍ୱାରା ଏଥିରେ ଥିବା ଶର୍କରା ମଧ୍ୟ ଶରୀର ମଧ୍ୟକୁ ଯାଇଥାଏ । ଯାହା ଦ୍ଵାରା ଓଜନ ବଢ଼ିଥାଏ ଏବଂ ମୋଟାପଣ ପରି ସମସ୍ୟା ଦେଖାଯାଏ।
  • ଗଣ୍ଠିରେ କଷ୍ଟଚା’ ସେବନ କରିବା ଦ୍ୱାରା ହାଡ଼ରେ କଷ୍ଟ ଅନୁଭବ ହେବା ସହିତ ଗଣ୍ଠି ବ୍ୟଥା ଦେଖାଦିଏ ।
  • ଅବସାଦଚା’ରେ ଅଧିକ ମାତ୍ରାରେ କାଫିନ୍ ଥାଏ। ଏହା ମସ୍ତିଷ୍କକୁ ଉତ୍ତେଜିତ କରିଥାଏ। ଖାଲି ପେଟରେ ଅଧିକ ଥର ଚା’ ପିଇଲେ ଅବସାଦ ପରି ସମସ୍ୟା ମୁଣ୍ଡ ଟେକେ। ଏପରି ନିଦ ନଲାଗିବା ଭଳି ସମସ୍ୟା ସୃଷ୍ଟି ହୁଏ ।
  • ଅଲ୍ସର୍କେତେକ ବ୍ୟକ୍ତି କଡ଼ା ଚା’ ପିଇବାକୁ ପସନ୍ଦ କରିଥାନ୍ତି । ସକାଳୁ ଖାଲି ପେଟରେ ଏପରି ଚା’ ପିଇବା ଦ୍ୱାରା ଧୀରେ ଧୀରେ ଅଲ୍ସର୍ ବା ପେଟରେ ଘା’ ହୋଇଥାଏ।
  • ହୃଦସ୍ପନ୍ଦନଖାଲି ପେଟରେ ଚା’ ପିଇଲେ ହୃଦସ୍ପନ୍ଦନ ଜୋର୍ ହୋଇଥାଏ। ଯାହା ଦ୍ଵାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ ଥାଏ।
  • ଅନିଦ୍ରା:ରିସର୍ଚ୍ଚ କହୁଛି ଖାଲି ପେଟରେ ଚା’ ପିଇବା ଦ୍ୱାରା ଅନିଦ୍ରା ଭଳି ସମସ୍ୟା ହୋଇପାରେ । ଏଥିପାଇଁ ମଣିଷ ଚିଡଚିଡାପଣ ଏବଂ କ୍ଳାନ୍ତ ଅନୁଭବ କରିଥାନ୍ତି ।
  • ଦାନ୍ତ ପାଇଁ କ୍ଷତିକାରକ:ଖାଲି ପେଟରେ ଚା’ ପିଇବା ଦ୍ୱାରା ଶରୀରରେ ଏସିଡିଟି ହୋଇଥାଏ । ଏହା ଦାନ୍ତ ସହ ସମ୍ପର୍କ ହେଲେ ଦାନ୍ତର ଏନାମଲ ଖରାପ ହୋଇଥାଏ । ଯେଉଁଥିପାଇଁ ଦାନ୍ତ ଫୁଲିବା ସମସ୍ୟା ଦେଖାଦେବା ସହ ପୋକ କାଟିବା ଏବଂ ଦାନ୍ତ ହଲଦିଆ ପଡିଯାଏ ।
Leave A Reply

Your email address will not be published.