Latest Odisha News

ସରକାରୀ ଜମିରେ ଆଶ୍ରମ: ଯୁବତୀ ଖୋଲିଲେ ବାବାଙ୍କ ଗୁମର…

ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ବିବାଦ ତେଜିବା ପରେ ଏବେ ସତ ସାମ୍ନାକୁ ଆସିଛି । ସରକାରୀ ଜମିରେ ବେଆଇନ ଭାବରେ ନିର୍ମାଣ ହୋଇଛି ଆଶ୍ରମ । ଏନେଇ ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମର ଜଣେ ନାବାଳାକ ବାବାଙ୍କ ଫଟୋ ଭାଇରାଲ ହେବା ଏବଂ ତାଙ୍କ ପାଦ ତଳେ ତୁଳସୀ ଦେଇ ପୂଜା କରିବା ପରେ ଆଣମ୍ଭ ହୋଇଥିଲା ପୂରା ଘଟଣା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ଏହାପରେ ବୈକୁଣ୍ଠଧାମ ଆଶ୍ରମରେ ସାଧାରଣ ପ୍ରଶାସନର ଟିମ୍ ସେମାବାର ପହଞ୍ଚି ଖୋଳାତାଡ ଆରମ୍ଭ କରିଥିଲା । ସାଧାରଣ ପ୍ରଶାସନ ସହ ବିଡିଏର ୮ ଜଣିଆ ଟିମ୍‌ ବୈକୁଣ୍ଠଧାମ ଆଶ୍ରମର ଜାଗାକୁ ମାପଚୁପ୍ କରିଥିଲେ। ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ ଜମି ସେ ନେଇ ୮ ଜଣିଆ ଟିମ୍‌ ପକ୍ଷରୁ ତଦାରଖ କରିଥିଲେ ।

ତଦନ୍ତ ପରେ ସରକାରୀ ଜମିରେ ହିଁ ବୈକୁଣ୍ଠ ଆଶ୍ରମ ତିଆରି ହୋଇଛି ବୋଲି ସୂଚନ ଦେଇଛନ୍ତି ଜିଏ ବିଭାଗ । ବିଭାଗୀୟ ସହକାରୀ ନିର୍ଦ୍ଦେଶକ କହିଛନ୍ତି, ସରକାରୀ ଜମିରେ ହିଁ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ନିର୍ମାଣ ହୋଇଛି । ୧୪୦ ଡିସିମିଲ୍ ସରକାରୀ ଜମିରେ ଏହି ଆଶ୍ରମ ରହିଛି । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।

ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତଦନ୍ତ କରାଯାଇଥିଲା । ଆଶ୍ରମରେ ତହସିଲ୍, ବିଡିଏ ଓ ବିଏମସିର ମିଳିତ ୮ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ସେପଟେ ବୈକୁଣ୍ଠ ଆଶ୍ରମ ନିକଟରେ ଆଉ ଏକ ତିନି ମହଲା ଘର ବି ଠାବ ହୋଇଛି । କୁହାଯାଉଛି ଏହି ଘରେ ବାହାରୁ ଆସୁଥିବା ଭକ୍ତ ଓ ଅନୁଗାମୀଙ୍କୁ ରଖାଯାଉଥିଲା। ବିଶେଷ ଭାବେ ବିଦେଶୀ ଭକ୍ତ ଏଠି ରହୁଥିଲେ ।

ସେପଟେ ବୈକୁଣ୍ଠଧାମ ଆଶ୍ରମରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନାକୁ କୁଠାରଘାତ କଲା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଯୁବତୀଙ୍କ କହିବା ଅନୁଯାୟୀ, ତଥାକଥିତ କଲ୍କି ବାବା, ଯାହାଙ୍କ ପାଦରେ, ବେକରେ ଆଉ ମୁଣ୍ଡରେ ତୁଳସୀ ପକାଇ ବହୁ ଆଡୁ ଭକ୍ତ ଆସି ଏଠି ଜମା ହେଉଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କୁ ସେଠି ପ୍ରବେଶ ନଥିଲା । ଯେଉଁମାନେ ତାଙ୍କର ଦିକ୍ଷା ନେଉଥିଲେ ବିଶେଷ କରି ବିଦେଶୀ ଭକ୍ତ ସେଠି ଦେଖାଯାଇଥିଲେ । ଏପରିକି ବାହାଘରଠୁ ସନ୍ତାନ ସନ୍ତତି ହେବା ଯାଏଁ କୁଆଡ଼େ ପ୍ରତିକାର ବି କରୁଥିଲେ ବାବା । ଆଉ ସେବା ପ୍ରତିବଦଳରେ ଆଶ୍ରମ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାବି ଆଦାୟ ହେଉଥିଲା । ତଥାକଥିତ କଳ୍କୀ ବାବା ପଟିଆ ଅଞ୍ଚଳରେ କାଫେରେ ଝିଅ ମାନଙ୍କ ସହ ବସା ଉଠା ବି କରନ୍ତି । ବିଭିନ୍ନ ସମୟରେ ଟଙ୍କା ଉଡ଼ାଉଥିବା ଯୁବତୀ ଜଣଙ୍କ ନିଜେ ଦେଖିଥିବା କହିଛନ୍ତି ।

Leave A Reply

Your email address will not be published.