ୱାୟନାଡ: କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନ ପାଇଁ ଗତ ୧୩ ତାରିଖରେ ଉପ-ନିର୍ବାଚନ ହୋଇଥିଲା । ଆଜି ଫଳାଫଳ ଆଜି ପ୍ରକାଶ ପାଇବ । ଏନେଇ ବର୍ତ୍ତମାନ ଭୋଟ ଗଣନା ଚାଲିଛି । ପ୍ରାରମ୍ଭିକ ଧାରାରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷାଧିକ ଭୋଟ୍ ରେ ଆଗୁଆ ଅଛନ୍ତି । ଏହାପରେ କମ୍ୟୁନିଷ୍ଟ ପାର୍ଟି ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି ।
ପ୍ରିୟଙ୍କା ୱାୟାନାଡରେ ପ୍ରଚଣ୍ଡ ବିଜୟ ଆଡକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀ ୪୮୨୩୯ ଭୋଟ୍ ରେ ଆଗୁଆ ଅଛନ୍ତି । ତେବେ ସେ ୧୪୯୩୪୬ ଭୋଟ୍ ପାଇଥିବାବେଳେ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀ ୪୮୮୯୫ ଭୋଟ୍ ପାଇଛନ୍ତି ସେହିପରି ବିଜେପି ପ୍ରାର୍ଥୀ ନାଭିଆ ହରିଦାସ ୨୭୯୨୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନ ଜିତି ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଥିଲେ । ରାହୁଲ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ସଦସ୍ୟତା ବଜାୟ ରଖିଥିବାବେଳେ ୱାୟାନାଡ ଆସନରୁ ଇସ୍ତଫା ଦେଇଥିଲେ, ତେଣୁ ଏଠାରେ ଅନୁଷ୍ଠିତ ଉପ-ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
Comments are closed.