Latest Odisha News

BREAKING NEWS

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ମାମଲାର ତଦନ୍ତ ପାଇଁ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଦିଆଯାଇଥିବା ୩ଟି ଏତଲା ଉପରେ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିରୋଧୀ ବିଜେଡ଼ି ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛି।

ଧର୍ମଶାଳା ବିଧାୟକ ହିମାଂଶୁ କୁମାର ସାହୁଙ୍କୁ ଆକ୍ରମଣ ଘଟଣାରେ ସାମନାକୁ ଆସି ବିବାଦୀୟ ହୋଇପଡିଥିଲେ ଭବ। ଏପରିକି ସେ ବିଧାୟକଙ୍କୁ ଫୋନ କରି କ୍ଷମା ପ୍ରାର୍ଥନା କରିଥିଲେ। ସେଦିନ ରାତିରେ ସେ ଥାନା ଘେରାଉକୁ ସମର୍ଥନ କରିବା ସହ ଗତ ଗୁରୁବାର ଦିନ ବିରଜା ହାଟକୁ ବ୍ୟବସାୟ ପାଇଁ ଆସିଥିବା ଚାଷୀ ଓ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଭବ ଓ ତାଙ୍କ ସମର୍ଥକମାନେ ଚାଷୀ ଏବଂ ବ୍ୟବସାୟୀଙ୍କ ବିକ୍ରୟ ସାମଗ୍ରୀ ପନିପରିବା, ଝୁଡ଼ି, ଓଜନ କଣ୍ଟାକୁ ଫୋପାଡ଼ିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଭବଙ୍କ ସହଯୋଗୀମାନେ ଯାଜପୁର-ବିଂଝାରପୁର ରାସ୍ତା ଅବରୋଧ କରି ନାରାବାଜି କରିଥିଲେ। ଏହି ଘଟଣାରେ ଚାଷୀ ମଦନମୋହନ ନାୟକ ଓ ଗୋବିନ୍ଦ ସାହୁ ଥାନାରେ ଦୁଇଟି ପୃଥକ ଅଭିଯୋଗ କରିଛନ୍ତି। ସେହିପରି ରାସ୍ତାରୋକ ଓ ଥାନା ଘେରାଉ ମାମଲାରେ ପୁଲିସ ପକ୍ଷରୁ ଏଏସ୍ଆଇ ପ୍ରମୋଦ କୁମାର ବେହେରା ଏବଂ ଏସ୍ଆଇ ତୃପ୍ତିମୟୀ ରାଉତ ଲିଖିତ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଭବଙ୍କ ସମେତ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଭବଙ୍କ ଭାଇ ବଳଭଦ୍ର ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସମସ୍ତ ମାମଲାରେ ଭବଙ୍କ ନାମ ଥିବାରୁ ତାଙ୍କର ଗିରଫଦାରୀ ଆଶଙ୍କା ବଢ଼ିଥିଲା।

ଅନ୍ୟପଟେ ରାଜ୍ୟସରକାରଙ୍କ ଉପରେ ଦୋଷ ଲଦିଛି ବିରୋଧୀ ବିଜେଡ଼ି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ରକରଙ୍କୁ ବିଫଳ ସରକାର କହିଛି ବିଜେଡ଼ି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତ୍ରୀ ପ୍ରମିଳା ମଲିକ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସରକାର ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଛି। ଏହାକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସେ କହିଛନ୍ତି। ସେହିପରି ବିଜେପି ପୋଲିସକୁ ଗୁଣ୍ଡବାହିନୀ ଭାବରେ ବ୍ୟବହାର କରୁଥିବା ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି। ଗୋଟିଏ ପକ୍ଷର ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ପକ୍ଷର ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ ନକରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।

Leave A Reply

Your email address will not be published.