Latest Odisha News

ରୋହିତଙ୍କୁ ନେଇ ଅଡୁଆରେ ଟିମ ଇଣ୍ଡିଆ

ଆଡିଲେଡ: ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଟିମ କମ୍ବିନେଶନ ଓ ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରାଯାଇଛି । ଏବେ ରୋହିତ ଆଡିଲେଡ ଟେଷ୍ଟ ପୂର୍ବରୁ ଦଳ ସହିତ ଯୋଗ ଦେଇଛନ୍ତି । ଶୁଭମନ ଗିଲ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି । ଯଦି ଗିଲ ଫିଟ ହୁଅନ୍ତି ତେବେ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ପରିବର୍ତନ କରିବାକୁ ବାଧ୍ୟ ହେବ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରୋହିତ ବର୍ତମାନ କେଉଁ ସ୍ଥାନରେ ଖେଳିବେ ? ସେ ଫର୍ମରେ ନ ଥିବାରୁ ୫ମ କିମ୍ବା ଷଷ୍ଠ ସ୍ଥାନରେ ଖେଳିଲେ ଦଳ ଫାଇଦାରେ ରହିବ ବୋଲି ଆଶା କରାଯାଉଛି । ଗିଲ ଓ କେଏଲ ରାହୁଲଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି । ପର୍ଥ ଟେଷ୍ଟରେ ରାହୁଲ ଅସ୍ଥାୟୀ ଓପନର ଭାବେ ଖେଳିଥିଲେ ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଗିଲ ଖେଳିଲେ ଧ୍ରୁବ ଜୁରେଲ ବାଦ ପଡିବା ସମ୍ଭାବନା ରହିଛି । ସେ ନେଟ୍ସରେ ଅଭ୍ୟାସ ମଧ୍ୟ ଆରମ୍ଭ କରି ନାହାନ୍ତି ।

ଆଡିଲେଡରେ ସ୍ପିନ ରଣନୀତିରେ ମଧ୍ୟ ଟିମ ଇଣ୍ଡିଆ ପରିବର୍ତନ କରିପାରେ । ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ଟିମ ଖେଳାଇଥିଲା । ଆଡିଲେଡରେ ଗୋଲାପୀ ବଲରେ ମ୍ୟାଚ ଖେଳାଯିବ । ଯାହା ସ୍ପିନରଙ୍କୁ ଏତେଟା ସହାୟ ହେବ ନାହିଁ ବୋଲି ଆଶା କରାଯାଉଛି । ଅଭିଜ୍ଞତା ଦୃଷ୍ଟି କୋଣରୁ ଅଶ୍ୱୀନଙ୍କୁ ଖେଳାଯିବା ସମ୍ଭାବନା ରହିଛି । ଟିମ ଇଣ୍ଡିଆ ଆଡିଲେଡ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିଲା ବେଳେ ନିଶ୍ଚିତ ଭାବେ ଥିଙ୍କ ଟ୍ୟାଙ୍କକୁ ମୁଣ୍ଡ ଖର୍ଚ୍ଚ କରିବାକୁ ପଡିବ ।

Leave A Reply

Your email address will not be published.