ନୂଆଦିଲ୍ଲୀ: ଗୁଜରାଟର ୱିକେଟକିପର ଉର୍ବିଲ ପଟେଲ ସୟେଦ ମୁସ୍ତାକ ଅଲି ଟ୍ରଫି କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଦ୍ରୁତ ଶତକ ହାସଲରେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୮ରେ ପନ୍ତ ହିମାଚଳପ୍ରଦେଶ ବିପକ୍ଷରେ ୩୨ ବଲରେ ଶତକ ହାସଲ କରିଥିଲେ । ଏବେ ଉର୍ବିଲ ମାତ୍ର ୨୮ ବଲରେ ଶତକ ହାସଲ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ତ୍ରିପୁରା ବିପକ୍ଷରେ ସେ ଏହି ସ୍ମରଣୀୟ ଶତକ ହାସଲ କରିଛନ୍ତି । ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୫ ରନ କରିଥିଲା । ଜବାବରେ ଗୁଜରାଟ ୧୦.୨ ଓଭରରେ ୨ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଉର୍ବିଲ ଏଥିସହ ଟି୨୦ରେ ଦ୍ରୁତ ଶତକ ହାସଲରେ ଓଭରାଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଷ୍ଟୋନିଆର ସାହିଲ ଚୌହ୍ୱାନ ୨୭ ବଲରେ ସାଇପ୍ରସ ବିପକ୍ଷରେ ଦ୍ରୁତ ଶତକ ହାସଲ କରିଥିଲେ । ଗତ ବର୍ଷ ନଭେମ୍ବର ୨୭ରେ ଉର୍ବିଲ ପ୍ରଥମଶ୍ରେଣୀ କ୍ରିକେଟରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୪୧ ବଲରେ ଶତକ ହାସଲ କରିଥିଲେ । ଆଇପିଏଲ ନିଲାମରେ ଉର୍ବିଲଙ୍କୁ କେହି କିଣି ନ ଥିଲେ । ଏବେ ସେ ଦ୍ରୁତ ଶତକ ମାରି ଚର୍ଚ୍ଚାରେ ରହିଛନ୍ତି ।