Latest Odisha News

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ, ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡି ପାଉଁଶ

କଳାହାଣ୍ଡି: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେହି ଦୁର୍ବୃତ୍ତ ଏକ ଧାନ ଗଦାରେ ନିଆଁ ଲଗାଇଥିବା ଜଣାପଡିଛି । ଫଳରେ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି ।

ନିଆଁ ଲାଗିଥିବା ଧାନ ଗଦା ମାଲିକ ହେଲେ ଜନ୍ମସି ନାଏକ । ଶୁକ୍ରବାର ଭୋରରୁ ଧାନ ଗଦାରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଜନ୍ମସି । ଏନେଇ ସେ ତୁରନ୍ତ ଥାନାକୁ ଖବର ଦେଇଥିଲେ । ପରେ ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେ ବେଳକୁ ସବୁ ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।

ଜନ୍ମସି ଓ ତାଙ୍କ ପରିବାରବର୍ଗ କହିବା ଅନୁଯାୟୀ, ଦୁଇ ଏକର ଚାଷ ଜମିରୁ ଧାନ କାଟି କ୍ଷେତରେ ଗଦା କରି ରଖିଥିଲେ । ଯାହା ୫୦ କ୍ୱିଣ୍ଟାଲରୁ ଅଧିକ ହେବ । ଏହି ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଘଟଣାରେ କେସିଙ୍ଗା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।

ଏତେ କଷ୍ଟରେ ଅର୍ଜନ କରିଥିବା ଧାନ ଆଜି ପୋଡ଼ି ପାଉଁଶ ହୋଇଯାଇଥିବା ଦେଖି ଭାଙ୍ଗିପଡିଛନ୍ତି ପରିବାରବର୍ଗ । ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ।

Leave A Reply

Your email address will not be published.