Latest Odisha News

ଆକ୍ସନରେ ରାଜ୍ୟ ସରକାର: ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ କ୍ୟାଡରରେ ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘ ଦିନ ହେଲା ଛୁଟିରେ ଅଛନ୍ତି। ତେଣୁ ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟରେ ଏବେ ଡାକ୍ତର ମରୁଡ଼ି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି । ମୋଟ ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଖାଲି ପଡ଼ିଛି ଡାକ୍ତରଙ୍କ ପଦବୀ। ଗଞ୍ଜାମରେ ସର୍ବାଧିକ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି। ସେହିପରି ମୟୁରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲିପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର।

Leave A Reply

Your email address will not be published.