Latest Odisha News

୩୩ ଓଏଏସ ଅଧିକାରୀଙ୍କୁ ଆଇଏଏସ ର‌୍ୟାଙ୍କକୁ ପଦୋନ୍ନତି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଚଳିତ ବର୍ଷ ମାତ୍ର ୬ ନୂଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ଓଡିଶା କ୍ୟାଡର ବିଭାଗ ଦିଆଯାଇଥିବା ନେଇ ସୋମବାର ଦିନ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେଡି ବିଧାୟକ ଚକ୍ରଧର କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଲିଖିତ ଭାବେ କହିଛନ୍ତି, ରାଜ୍ୟରେ ପ୍ରଶାସନକି ବ୍ୟବସ୍ଥାକୁ ପରିଚାଳନା କରିବା ଲାଗି ଓଡିଶା ପ୍ରଶାସନିକ ସେବା (ଓଏଏସ)ର ବରିଷ୍ଠ ଅଧିକାରୀଙ୍କୁ ଆଇଏଏସ୍ ଭାବେ ପଦୋନ୍ନିତ ପ୍ରଦାନ କରାଯାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୭ରେ ୨୬ ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ର‌୍ୟାଙ୍କ ଓ ୨୦୧୮ରେ ୭ ଜଣଙ୍କୁ ପଦୋନ୍ନତି ମିଳିଥିଲା ।

ବର୍ତ୍ତମାନ ରାଜ୍ୟରେ ୨୩୭ ପୋଷ୍ଟ ମଧ୍ୟରୁ ୧୭୬ ଜଣ ଆଇଏଏସ୍ ଅଧିକାରୀ ରହିଛନ୍ତି ଏବଂ ୬୧ଟି ପଦବୀ ଖାଲି ରହିଛି । ଓଡିଶା କ୍ୟାଡରର ୧୭୬ ଜଣ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ୨୭ ଜଣ କେନ୍ଦ୍ରୀୟ ଡେପୁଟେସନ୍, ଜଣେ ଆନ୍ତଃ-ରାଜ୍ୟ ଡେପୁଟେସନ୍ ଓ ଅନ୍ୟଜଣେ ଅଧ୍ୟୟନ ଅବକାଶରେ ରହିଛନ୍ତି ।

ସେହିପରି ଓଡିଶାରେ ୧୮୮ ପଦ ମଧ୍ୟରୁ ୧୧୭ ଜଣ ଆଇପିଏସ୍ ଅଧିକାରୀ ରହିଛନ୍ତି ଏବଂ ୭୧ଟି ପଦବୀ ଖାଲି ରହିଛି । ଆହୁରି ମଧ୍ୟ ୧୭୭ ଅଧିକାରୀଙ୍କ ମଧ୍ୟରୁ ୨୯ ଜଣ କେନ୍ଦ୍ରୀୟ ଡେପୁଟେସନ୍ ଓ ଜଣେ ଆନ୍ତଃ-ରାଜ୍ୟ ଡେପୁଟେସନରେ ଯାଇଛନ୍ତି ।

Leave A Reply

Your email address will not be published.