ନୂଆଦିଲ୍ଲୀ:ବିଶ୍ବ ବିଖ୍ୟାତ ତବଲା ବାଦକ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ଜାକିର ହୁସେନ୍ ଜୀବିତ ଅଛନ୍ତି। ଗତକାଲି ତାଙ୍କର ହୃଦଘାତ ଜନିତ ସମସ୍ୟାରୁ ମୃତ୍ୟୁ ହୋଇଥିବା ଖବର ମିଛ। ବର୍ତ୍ତମାନ ସେ ଆଇସିୟୁରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏବେ ବି ତାଙ୍କର ନିଃଶ୍ୱାସ ଚାଲିଛି। ଜାକିର ହୁସେନଙ୍କ ମୃତ୍ୟୁ ଖବର ଗଣ ମାଧ୍ୟମରେ ଭାଇରାଲ ହେବା ପରେ କିଛି ଏମିତି ଜଣେ ବ୍ୟକ୍ତି ନିଜ ଏକ୍ସ ହ୍ୟାଣ୍ଡଲ ରେ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ନିଜକୁ ଜାକିର ହୁସେନଙ୍କ ଭଣଜା ବୋଲି ଦାବି କରିଛନ୍ତି।
ତେବେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଉସ୍ତାଦ ଜାକିର ହୁସେନ୍ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଏକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଖବର ଗଣମାଧ୍ୟମରେ ହୁରି ପଡ଼ିଥିବା ବେଳେ ଅମିର୍ ଅଲିଆ ନାମକ ଜଣେ ବ୍ୟକ୍ତି ନିଜକୁ ଜାକିର ହୁସେନଙ୍କ ଭଣଜା ବୋଲି ଦାବି କରି ମୃତ୍ୟୁ ଖବର ନେଇ ଗଣମାଧ୍ୟମକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି, ମୋ ମାମୁଁ ଜାକିର ହୁସେନ ଜୀବିତ ଅଛନ୍ତି। ହଁ, ବର୍ତ୍ତମାନ ସେ ହୃଦଜନିତ ରୋଗରେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ଅଛନ୍ତି। ହେଲେ ସିଏ ବର୍ତ୍ତମାନ ଜୀବିତ ଅଛନ୍ତି। ଗଣମାଧ୍ୟମରେ ମୃତ୍ୟୁ ଖବର ଗୁଜବ । ଆମେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛୁ ।ବିଶ୍ୱବ୍ୟାପୀ ତାଙ୍କ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛୁ ।
I am Zakir Hussain nephew and he has not passed away. We ask for prayers for my Uncle's health. Can you please remove this misinformation. He is in a serious condition and we ask for all his fans around the world to pray for his health
— Ameer Aulia (@AmeerAulia) December 15, 2024
ଏହାସହିତ ସେ ତାଙ୍କର ପରବର୍ତ୍ତୀ ପୋଷ୍ଟରେ ଲେଖିଛନ୍ତି, ମାମୁଁ(ଜାକିର୍ ହୁସେନ)ଙ୍କ ସହ ମୋ ମାଆଙ୍କର ଶେଷ ଫଟୋ । ପୁଣି ତା’ପରେ ଲେଖିଛନ୍ତି, ଏପର୍ଯ୍ୟନ୍ତ ଡାକ୍ତର ମୃତ୍ୟୁ ଖବର ଦେଇନାହାନ୍ତି । କିନ୍ତୁ ଗଣମାଧ୍ୟମ ସମ୍ବେଦନହୀନ ଭାବରେ ଏହି ଖବରକୁ ପ୍ରସାରିତ କରିଚାଲିଛି ଯେ, ମୋ ମାମୁଁଙ୍କ ଦେହାନ୍ତ ହୋଇଯାଇଛି। ଦୟାକରି ଏଭଳି ମହାନ ବ୍ୟକ୍ତିଙ୍କୁ, ଯାହା ସେ ଭାରତବର୍ଷ ପାଇଁ କରିଛନ୍ତି, ସେଥିପାଇଁ ଟିକେ ସମ୍ମାନ ଜଣାନ୍ତୁ ।
ତେବେ ଅମିର ଅଲିଆ, ଯେ କି ଜାକିର ହୁୂସେନଙ୍କୁ ନିଜର ମାମୁଁ ବୋଲି ଦାବି କରିଛନ୍ତି, ସେଥିରେ ବାସ୍ତବରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ । କାରଣ ଏବେ ବି ଅନେକ ପ୍ରମୁଖ ଜାତୀୟ ଗଣମାଧ୍ୟମ ତାଙ୍କର ମୃତ୍ୟୁ ଖବର ପ୍ରକାଶ କରୁଛି । ଏଥିସହିତ ବିଭିନ୍ନ ବରିଷ୍ଠ ଅଭିନେତା ଏବଂ ଜଣାଶୁଣା ବ୍ୟକ୍ତି ପ୍ରମୁଖ ମଧ୍ୟ ଜାକିର ହୁସେନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।
Comments are closed.