Latest Odisha News

BREAKING NEWS

କାହିଁକି ମୃତ୍ୟୁ ପରେ ଲଣ୍ଡା ହୁଅନ୍ତି ସଂପର୍କୀୟ? କ’ଣ ରହିଛି କାରଣ ଜାଣନ୍ତୁ….

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି  । ବିଶେଷ କରି ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ରୀତିନୀତି ଓ ପରମ୍ପରା ପାଳନ  ହେଉଥିବାର ଦେଖିବାକୁ ମିଳିଥାଏ । ସେଥିପାଇଁ ହିନ୍ଦୁ ପରିବାରର କେହି ମରିଗଲେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ  ଅନେକ କ୍ରିୟା ପାଳନ କରାଯାଏ । ମୃତୁ ପରଠାରୁ ୧୩ ଦିନ ଯାଏ ଏହି କ୍ରିୟା ପାଳନ କରାଯାଏ । ଯେଉଁଥିରେ ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡନ ହେବା ବା ଚୁଟି କାଟିବା । ଯେଉଁ ପରମ୍ପରା କେବଳ ପୁରୁଷ ମାନଙ୍କ ପାଇଁ ହୋଇଥାଏ । ଯଦି ପରିବାରର ଜଣେ ସଦସ୍ୟ କେହି ମରିଯାଏ ତେବେ ସେହି ପରିବାରର କିମ୍ବା ତାଙ୍କର ସଂପର୍କୀୟ ପୁରୁଷ ସଦସ୍ୟମାନେ ଚୁଟି କାଟିଥାନ୍ତି କିମ୍ବା ଲଣ୍ଡା ହୋଇଥାନ୍ତି । ତେବେ କ’ଣ ଆପଣ ଜାଣନ୍ତି କାହିଁକି ଲଣ୍ଡା ହୁଅନ୍ତି ପରିବାର ଲୋକେ ? କ’ଣ କହୁଛି ପୁରାଣ ?

ତେବେ ଏହାର କାରଣ ଓ ମହତ୍ତ୍ବ ସମ୍ପର୍କରେ ଗରୁଡ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି  । ପୁରାଣ କହୁଛି, କେଶ କାଟିବା , ଖିଅର ହେବା..ପଛର ମୁଖ୍ୟ କାରଣ ହେଉଛି ମୃତ ବ୍ୟକ୍ତିଙ୍କୁ ସମ୍ମାନ ଓ ସ୍ନେହ ଜଣାଇବା  । ଏଥିସହିତ ପୁରାଣ ଏହାବି କହୁଛି ମୃତ୍ୟୁ ପରେ ଆତ୍ମା ​​ପରିବାର ସଦସ୍ୟଙ୍କ ସହ ଜଡିତ ରହିଥାଏ  । ଯେଉଁମାନେ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ପାଇଁ ଘାଟକୁ ଯାଆନ୍ତି ।  ଆତ୍ମା ​​ସେମାନଙ୍କ ଚାରିପାଖରେ ଘୂରି ବୁଲନ୍ତି । ଏବଂ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି । କୁହାଯାଏ କେଶ ହିଁ ଏକ ମାତ୍ର ଜିନିଷ ଯାହା ପିଲା ମାଆ ଗର୍ଭରୁ ନେଇ ଆସିଥାଏ । ଆଉ ଏହାକୁ ଦାନ କରି ହିଁ ସେ ମୃତ ବ୍ୟକ୍ତିଙ୍କ ପ୍ରତି ତାଙ୍କର ସ୍ନେହ ଆଉ ସମ୍ମାନ ଜଣାଇଥାଆନ୍ତି । ଆହୁରି ମଧ୍ୟ ଗରୁଡ ପୁରାଣରେ କୁହାଯାଇଛି ଯେ, ଯେତେବେଳେ ଘରେ ଏକ ଶିଶୁ ଜନ୍ମ ହୁଏ, ସେତେବେଳେ ଘରେ ୨୧ ଦିନ ପାଳନ କରାଯାଏ  । ସେହିଭଳି, ଯେତେବେଳେ ପରିବାରର କେହି ମରିଯାଏ, ଘରେ ଶୁଦ୍ଧିକାର୍ଯ୍ୟ କରାଯାଏ । ଆଉ ଏହି ସମସୟରେ ମୁଣ୍ଡନ କରାଯାଏ ।

ଏହି ସମୟରେ ସମଗ୍ର ପରିବାର ଅଶୁଦ୍ଧି ବୋଲି ବିବେଚନା କରାଯାଏ । ପୁରୁଷ ସଦସ୍ୟମାନେ କେଶ କାଟି ଶୁଦ୍ଧି ହୋଇଥାନ୍ତି । ବିଶ୍ୱାସ କରାଯାଏ ଯେ କେଶ କାଟିବା ପରେ ହିଁ ତାଙ୍କର ପାପ ଶେଷ ହୁଏ। ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କ ପାଇଁ ବହୁତ କିଛି କରିଥାନ୍ତି । ଆଉ ଏହି କେଶ ଦାନ ମୃତକଙ୍କ ଦ୍ୱାରା ପରିବାର ସଦସ୍ୟଙ୍କ ପାଇଁ କରାଯାଇଥିବା ବଳିଦାନକୁ ସୂଚାଏ ।

Leave A Reply

Your email address will not be published.