ଭୁବନେଶ୍ୱର: ଘିଁକୁଆରୀ (ଆଲୋବେରା) ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀର ସମସ୍ତ ଅସୁବିଧାର ସମାଧାନ ଏହା ନିକଟରେ ଥିବାରୁ ଏହାକୁ ସ୍ୱାସ୍ଥ୍ୟର ସଞ୍ଜିବନୀ ବୋଲି କୁହାଯାଏ ।
ଆସନ୍ତୁ ଜାଣିବା ଘିଁକୁଆରୀର କେତେକ ଔଷଧୀୟ ଗୁଣ ବିଷୟରେ
ଚର୍ମ-କୁଞ୍ଚନ ଥିବା ସମସ୍ୟାକୁ ଘିଁକୁଆରୀ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ। ଘିଁକୁଆରୀରେ ଭିଟାମିନ୍ ସି ଏବଂ ‘ଇ’ ର ମାତ୍ରା ପ୍ରଚୁର ପରିମାଣରେ ଥାଏ। ଏହା ଦ୍ବାରା ତ୍ବଚାରେ ଚମକ ଆସିଥାଏ ଏବଂ ଆପଣଙ୍କ ତ୍ବଚା ଦୃଢ଼ ଓ ମସୃଣ ହୋଇଥାଏ।
ଓଜନ କମିବାରେ ସହାୟକ ହେଉଥିବା ଘିଁକୁଆରୀ ରସ ଆପଣଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ କମ୍ କରିବାର କାମ କରିଥାଏ ଏହା ଦ୍ବାରା ଆପଣଙ୍କ ଓଜନ କମିଥାଏ। ଘିଁକୁଆରୀର ଜୁସ୍ ମେଟାବଲିଜିମ୍ ପ୍ରକ୍ରିୟା ସହ ଶରୀରକୁ ବିଷାକ୍ତରହିତ କରି ଓଜନ କମାଇବାର ପ୍ରକ୍ରିୟାକୁ ବଢ଼ାଇଥାଏ।
ଏହା ହୃଦରୋଗ ପାଇଁ ଲାଭଦାୟକ ହୋଇଥାଏ। ନିୟମିତ ଘିଁକୁଆରୀ ଖାଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ ଏବଂ ଏହାଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ। ହୃଦରୋଗ ହେବାର ସମ୍ଭାବନା କମିଯାଇଥାଏ।
ଏହା ଝଡ଼ୁଥିବା କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଘିଁକୁଆରୀରେ ପ୍ରୋଟେୟଲିକ୍ ଏନଜାଇମର ମାତ୍ରା ପ୍ରଚୁର ପରିମାଣରେ ଥାଏ ଯାହା ଆପଣଙ୍କ ମୁଣ୍ଡରେ ଥିବା ମୃତ କୋଷକୁ ସଜାଡ଼ିଥାଏ । ଏହା ଦ୍ବାରା ଆପଣଙ୍କ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଘିଁକୁଆରୀ ଏକ କଣ୍ଡିସନରର କାମ କରିଥାଏ। ଏହା ଦ୍ବାରା କେଶରେ ଚମକ ଆସିଥାଏ।
ଆସନ୍ତୁ ଜାଣିବା ଘିଁକୁଆରୀର କେତେକ ଔଷଧୀୟ ଗୁଣ ବିଷୟରେ
Comments are closed.