ନୂଆଦିଲ୍ଲୀ: ବଡ ଧରଣର ଦୁର୍ଘଟଣା । ରନୱେରୁ ଖସି ପାଚେରିରେ ପିଟି ହେଲା ବିମାନ । ୨୩ ଜଣଙ୍କ ମୃତ୍ୟୁ । ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏହି ବଡ ଧରଣର ଦୁର୍ଘଟଣା । ୧୭୫ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବିମାନ ରନୱେରେ ଖସି ଏକ ପାଚେରୀ ସହ ଧକ୍କା ହୋଇଥିଲା। ଫଳରେ ବିମାନରେ ଥିବା ୨୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରିପୋର୍ଟ ଅନୁଯାୟୀ, ଜେଜୁ ଏୟାର ଏହି ବିମାନ ଥାଇଲ୍ୟାଣ୍ଡରୁ ଫେରୁଥିଲା। ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପାଚେରୀରେ ପିଟି ହେବାରୁ ବିମାନରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ଖବରପାଇ ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ମୁଆନ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି। ମୁଆନ ବିମାନବନ୍ଦରରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଥିବା ବେଳେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।
ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ବିମାନଟି ପକ୍ଷୀ ସଂସ୍ପର୍ଶରେ ଆସିଥିବାରୁ ହୋଇଥିବା ନେଇ କୁହାଯାଉଛି । ପକ୍ଷୀ ସଂସ୍ପର୍ଶରେ ଆସିଥିବାରୁ ବିମାନର ଲ୍ୟାଣ୍ଡିଙ୍ଗ୍ ଗିଅରରେ ସମସ୍ୟା ଦେଖାଦେଇଥିଲା । ଫଳରେ ଭାରସ୍ୟାମ ହରାଇ ବିମାନଟି ବିମାନବନ୍ଦରର ପାଚେରୀରେ ଧକ୍କା ହୋଇଥିଲା ।
Comments are closed.