ଭୁବନେଶ୍ବର: ଆଜିକାଲି ବଜାରରେ ନକଲି ଖାଦ୍ୟ ସାମଗ୍ରୀ ମିଳୁଥିବା ଖବର ଆସୁଛି । ତେବେ ନିଜର ଓ ପରବାରର ସ୍ବାସ୍ଥ୍ୟ ପାଇଁ ଅସଲି ନକଲି ମଧ୍ୟରେ ପାର୍ଥକ୍ୟ ଜାଣିବା ଜରୁରୀ । ଚିନି ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର କରାଯାଏ । ଚା’ଠାରୁ ଆରମ୍ଭ କରି ମିଠା, କେକ୍ ,ପିଠା ସବୁଥିରେ ଚିନିର ବ୍ୟବହାର ହୁଏ । ତେଣୁ ଆସନ୍ତୁ ଜାଣିବା ଚିନି ଅସଲି ନା ନକଲି, ତାହା ଆପଣ ଜାଣି ପାରିବେ କିପରି..
ଘରେ ଚିନି ଅସଲି ଜାଣିବା ପାଇଁ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ । ସେଥିରେ ଟିକେ ଚିନି ପକାନ୍ତୁ ଓ ଭଲଭାବରେ ମିଶାନ୍ତୁ । ଯଦି ନକଲି ଚିନି ଥିବ ଭଲ ଭାବରେ ପାଣିରେ ମିଶିବନି ।
ସେହିପରି ଏକ କାଚ ଗ୍ଲାସରେ କିଛି ଚିନି ନିଅନ୍ତୁ । ଏବେ ଏଥିରେ ହାଇଡ୍ରୋକ୍ଲୋରିକ୍ ଏସିଡ଼୍ ମିଶାନ୍ତୁ । ଯଦି ନକଲିଥିବ ସେହି ଗ୍ଲାସରେ ଫେଣ ହେଇଯିବ । ଯେପରି କିଏ ଡିଟରଜେଣ୍ଟ ପାଉଡର ମିଶେଇ ଦେଇଛନ୍ତି ।
ନକଲି ଚିନି ଖାଇଲେ ଓଜନ ବଢେ,ହଜମ ପ୍ରକ୍ରିୟା ଖରାପ ହୁଏ, ହୃଦୟରୋଗ ହୁଏ, ଅନ୍ତନଳୀ ଉପରେ ପ୍ରଭାବ ପଡ଼ିଥାଏ ।