Latest Odisha News

ବିରାଟଙ୍କୁ ବାଟ ଦେଖାଇଲେ ପ୍ରେମାନନ୍ଦ ମହାରାଜ, କହିଲେ ଅଭ୍ୟାସ….

ବୃନ୍ଦାବନ: ଦିନେ ନାସ୍ତିକ ଥିଲେ । ଭଗବାନଙ୍କ ପ୍ରସଙ୍ଗ ଆସିଲେ ରୋକ୍ ଠୋକ୍ କଥା ଏଡାଇ ଦେଉଥିଲେ । ହେଲେ ଏବେ ଭକ୍ତି ମାର୍ଗରେ ଭାରତୀୟ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି । ସେ ଉଜେନ୍ ହେଉକି, ଲଣ୍ଡନ ସବୁଠି ଭଗବାନଙ୍କ ଶରଣ ନେଉଛନ୍ତି ବିରାଟ । ପରିବାର ସାଙ୍ଗରେ ବିଭିନ୍ନ ଧର୍ମକ୍ଷେତ୍ରରେ ନଜର ଆସୁଛନ୍ତି ବିରାଟ । ଆଉ ଏବେ ଲଗାତାର କିଛି ଦିନ ଧରି ନିଜ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ଥିବା ବିରାଟ୍ ଅଷ୍ଟ୍ରେଲିଆରୁ ଫେରିବା ପରେ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି । ପତ୍ନୀ ଅନୁଷ୍କା ଶର୍ମା ଏବଂ ନିଜ ୨ ସନ୍ତାନଙ୍କ ସହ ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ଗୋବିନ୍ଦ ଶରଣ ଜୀ ମହାରାଜଙ୍କ ଆଶ୍ରମରେ ପହଞ୍ଚି ଆଶିର୍ବାଦ ନେଇଛନ୍ତି ବିରାଟ୍ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୋହଲୀ ଏବଂ ଅନୁଷ୍କା ତାଙ୍କର ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପହଂଚିବା ପରେ ସାଷ୍ଟାଙ୍ଗ ପ୍ରଣିପାତ କରି ପ୍ରେମାନନ୍ଦ ମହାରାଜଙ୍କୁ ସମ୍ମାନ ଜଣାଇଛନ୍ତି ।  ଏହାପରେ ଅନୁଷ୍କା ନିଜର ଅନୁଭୂତି ମହାରାଜଙ୍କ ଆଗରେ ରଖିଥିଲେ । ଯେଉଁଥିରେ ଅନୁଷ୍କା ତାଙ୍କୁ ଆଶୀର୍ବାଦରେ ପ୍ରେମ ଏବଂ ଭକ୍ତି ମାଗିଥିଲେ । ଏତିସହିତ ପ୍ରେମାନନ୍ଦ ମହାରାଜ ବିରାଟ କୋହଲିଙ୍କୁ ଖଳରେ ତାଙ୍କର ପ୍ରଦର୍ଶନୀ ପାଇଁ ପ୍ରଶଂସା କରିବା ସହିତ କିଛି ବିଶେଷ ପରାମର୍ଶ ବି ଦେଇଥିଲେ । ଯଦିଓ ବିରାଟ ତାଙ୍କ ନୀତିଦିନିଆ ଜୀବନରେ ତାହା ହିଁ କରନ୍ତି ହେଲେ ବିରାଟଙ୍କୁ ଘଡିସନ୍ଧି ମୂହୂର୍ତ୍ତରେ ମଧ୍ୟ ତାହା ପାଳନ କରିବାକୁ ପରାମର୍ଶ ଦେଇଥିଲେ ମହାରାଜା ।

ମହାରାଜ ବିରାଟଙ୍କୁ ସବୁବେଳେ ନିଜର ସାଧନା ପ୍ରତି ବିନମ୍ର ରହିବାକୁ ପରାମର୍ଶ ଦେଇଥିଲେ । ପ୍ରେମାନନ୍ଦ ମହାରାଜ ବିରାଟଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଯେମିତି ସାଧନା କରି ଭକ୍ତିମାର୍ଗରେ ଖୁସି ବାଣ୍ଟୁଛନ୍ତି, ସେମିତି କେବଳ ଗୋଟିଏ ଖେଳ ମାଧ୍ୟମରେ ସମଗ୍ର ଦେଶକୁ ଖୁସି କରୁଛନ୍ତି ବିରାଟ । ତାଙ୍କର ସଫଳତାକୁ ପାଳନ କରିବା ପାଇଁ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୁଏ । ଏଥିସହିତ କ୍ରିକେଟ ଖେଳକୁ ହିଁ ବିରାଟଙ୍କର ସାଧନା ଭାବରେ ବର୍ଣ୍ଣନା କରି କେବେବି ଅଭ୍ୟାସକୁ କମ ନକରିବାକୁ ପରାମର୍ଶ ଦେଇଥିଲେ । ଖେଳାଳୀଙ୍କର ଏକମାତ୍ର ସାଧନା ହେଉଛି ସେମାନଙ୍କର ଅଭ୍ୟାସକୁ ସୁଦୃଢ଼ ​​କରିବା । ଯଦିଓ ଏହା ଏକ ଖେଳ, କିନ୍ତୁ ଏହା ହିଁ ସେମାନଙ୍କର ସେବା । ଯାହା ସମଗ୍ର ଭାରତକୁ  ଆନନ୍ଦ ଦେଇଥାଏ । ତେଣୁ ଅଭ୍ୟାସର ଶକ୍ତି ଉପରେ ଧ୍ୟାନ ଦେବା ଉଚିତ। ଅଭ୍ୟାସ ସାଧନାରେ କେବେବି କୌଣସି ଅଭାବ ହେବା ଉଚିତ୍ ନୁହେଁ ବୋଲି କହି ବିରାଟଙ୍କୁ ମାର୍ଗ ଦେଖାଇଥିଲେ ମହାରାଜ ।

ତେବେ ପୂର୍ବରୁ ମଧ୍ୟ ୨୦୨୩ରେ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପାଇଁ ପତ୍ନୀ ଅନୁଷ୍କା ଏବଂ ଝିଅଙ୍କ ସହ ପହଞ୍ଚିଥିଲେ । ଆଉ ତାର ମାତ୍ର ୩-୪ ଦିନ ପରେ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ ବିରାଟ । ସେହି ବର୍ଷ ବିରାଟ ଅନେକ ରେକର୍ଡ କରି ଅନେକ ପ୍ରଶଂସା ସାଉଁଟିଥିଲେ । ଯାହା ତାଙ୍କ ଜୀବନର ଏକ ବଡ ଉପଲବ୍ଧି ମଧ୍ୟ କହିହେବ ।

Leave A Reply

Your email address will not be published.