Latest Odisha News

BREAKING NEWS

ଚାଇନା ଭାଇରସକୁ ନେଇ ବଢିଲା ଟେନସନ୍, ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଚାଇନା ଭାଇରସକୁ ନେଇ ଚିନ୍ତାରେ ସାରା ଦେଶ । ଚୀନରେ ଦେଖା ଦେଇଥିବା ଏଚଏମପିଭି ଭାଇରସ ଏବେ ଧିରେ ଧିରେ ସାରା ବିଶ୍ଵରେ ବ୍ୟାପିବାରେ ଲାଗିଛି । ଆଉ ଏହାରି ଭିତରେ ଭାରତରେ ପ୍ରବେଶ କରିଛି ଏହି ଭାଇରସ୍ । ଯାହାକୁ ନେଇ ଆଲର୍ଟ ମୋଡରେ କେନ୍ଦ୍ର ସରକାର । ସେପଟେ ଏହାକୁ ନେଇ ରାଜ୍ୟରେ ମଧ୍ୟ ବଢିଛି ଚିନ୍ତା । ଏହାକୁ ଗୁରୁତର ସହକାରେ ନେଇ ଗୁରୁତ୍ଵପୁର୍ଣ୍ଣ ବୈଠକ ଡାକିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଚଏମପିଭିକୁ ନେଇ ଆସନ୍ତା ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତିକୁ ନେଇ କରାଯିବ ଆଲୋଚନା ।

ଅନ୍ୟପଟେ ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏଚଏମପିଭି । ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ମାନଙ୍କ ସହ ଏକ ବୈଠକରେ ଏହି ଭାଇରସର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ସେପଟେ ଆସାମରେ ଜଣେ ୧୦ ମାସର ଶିଶୁ ‘ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍’ (ଏଚଏମପିଭି) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଥଣ୍ଡା ଜନିତ ଲକ୍ଷଣ ଥିବା ଉକ୍ତ ଶିଶୁକୁ ଚାରି ଦିନ ପୂର୍ବେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‘ଲାହୌଲ’ର ଆଇସିଏମଆର-ଆରଏମଆରସିରୁ ଟେଷ୍ଟ ରିପୋର୍ଟ ଆସିବା ପରେ ସଂକ୍ରମଣ ନେଇ ସ୍ପଷ୍ଟ ହୋଇଥିଲା। ଏବେ ସୁଦ୍ଧା ମହରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଦେଶରେ ଏବେ ସୁଦ୍ଧା ଖୁବ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଶିଶୁ ବା ନାବାଳକ ବୋଲି ଜଣାପଡିଛି ।

Leave A Reply

Your email address will not be published.