ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସାଟେଲାଇଟ୍ ଠାବ କରିପାରିଛି ।
ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଫଟୋ ଚିତ୍ର ସେୟାର କରିଛି ।
The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance Orbiter. See the first mosaic of the impact site https://t.co/GA3JspCNuh pic.twitter.com/jaW5a63sAf
— NASA (@NASA) December 2, 2019
ନାସା ପକ୍ଷରୁ ଜାରି କରାଯାଇଥିବା ଫଟୋଚିତ୍ର ଅନୁଯାୟୀ, ଲ୍ୟାଣ୍ଡର ବିକ୍ରମ କ୍ରାଶ୍ କରିଥିବା ସ୍ଥାନ ତଥା ଇମ୍ପାକ୍ଟ ସାଇଟକୁ ଗତ ୨ ତାରିଖ ଦିନ ନାସାର ଅର୍ବିଟର ଠାବ କରିବା ସହ ତା’ ଜରିଆରେ ନାସା ପକ୍ଷରୁ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋଚିତ୍ର ମୁଖ୍ୟ ଅବତରଣ ସ୍ଥଳ ଠାରୁ ପାଖାପାଖି ୭୫୦ କିଲୋମିଟର ଦୂରରେ ଏହାର ଭଗ୍ନାବଶେଷ ପଡିଥିବା ନେଇ ସୁତ୍ରରୁ ପ୍ରକାଶ ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ ତାରିଖରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିଲା । ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ଚନ୍ଦ୍ରପୃଷ୍ଠ ଅନ୍ଧାରୁଆ ରହିଛି ।