Latest Odisha News

BREAKING NEWS

ଆନ୍ତର୍ଜାତୀୟ ସୁଟର ମନୁ ଭାକରଙ୍କ ମାମୁଁ – ଆଈଙ୍କ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ:ଭାରତର ଷ୍ଟାର ସୁଟର ମନୁ ଭାକର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କଠାରୁ ଖେଳ ରତ୍ନ ପୁରସ୍କାର ପାଇଥିଲେ। ଏବେ ତାଙ୍କ ଘରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ରବିବାର ସକାଳେ ଦାଦରୀ ଠାରେ ଏକ ସଡକ ଦୁର୍ଘଟଣାରେ ମନୁ ଭକରଙ୍କ ମାମୁଁ ଯୁଦ୍ଧବୀର ସିଂ ଏବଂ ଆଈ ସାବିତ୍ରୀ ଦେବୀଙ୍କର ମୃତ୍ୟୁ ଘଟିଛି ।

ରବିବାର ସକାଳ ପ୍ରାୟ ୯.୩୦ ସମୟରେ, ଜାତୀୟ ରାଜପଥ ୩୩୪ବି ଦାଦରୀର ଲୋହରୁ ଛକ ଏବଂ ମହେନ୍ଦ୍ରଗଡ ବାଇପାସ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଉଭୟ ମହେନ୍ଦ୍ରଗଡ ବାଇପାସ୍ ରାସ୍ତାରେ ସ୍କୁଟିରେ ଯାଉଥିଲେ। ଏକ ବ୍ରେଜା କାର ଆସି ତାଙ୍କ ସ୍କୁଟିକୁ ଜୋରରେ ଧକ୍କା ଦେଇଥିଲା ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁହେଁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

 

https://x.com/ians_india/status/1880861018106339390

 

ବ୍ରେଜା ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନୁ ଭାକରଙ୍କ ମାମୁଁ ଏବଂ ଆଈଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ଏବଂ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରି ଦେଇଛନ୍ତି ।

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ମନୁ ଭାକର ଇତିହାସ ସୃଷ୍ଟି କରିଥିଲେ। ଗୋଟିଏ ଅଲିମ୍ପିକ୍ସରେ ହିଁ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିଲେ। ତାଙ୍କ ଆଈ ସାବିତ୍ରୀ ଦେବୀ ମଧ୍ୟ ଜାତୀୟସ୍ତରର ଖେଳରେ ପଦକ ଜିତିଥିଲେ।

Comments are closed.