Latest Odisha News

BREAKING NEWS

ରାଜଧାନୀରୁ ଉଦ୍ଧାର ହେଲା ବିଶାଳକାୟ ବଜ୍ରକାପ୍ତା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଜରିପାଟଣାରୁ ୩୫ କିଲୋଗ୍ରାମ ଓଜନର ଏକ ବିଶାଳକାୟ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଖବର ଅନୁଯାୟୀ, ଲୋକମାନେ ସକାଳ ଚାଲିବା ସମୟରେ ଏହି ବଜ୍ରକାପ୍ତକୁ ଦେଖିଥିଲେ।

ଏହା ଦେଖିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମଞ୍ଚେଶ୍ୱର ବନ ବିଭାଗର କର୍ମଚାରୀମାନେ ଏହାକୁ ଉଦ୍ଧାର କରିବାକୁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ତେବେ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇ ବନ କାର୍ଯ୍ୟାଳୟରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ବାଲିପାଟଣା ଅଞ୍ଚଳର ଜରିପାଟଣା ନିକଟ କେନାଲ କୂଳରେ ବଜ୍ରକାପ୍ତାଟି ବୁଲୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଖବର ପ୍ରଚାର ହେବା ପରେ ବଜ୍ରକାପ୍ତାକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଏହାକୁ ଜଙ୍ଗଲରେ ଛଡ଼ା ଯିବ ନା ନନ୍ଦନକାନନ ପଠାଯିବ, ତାହା ପିସିସିଏଫ ୱାଇଲ୍ଡ ଲାଇଫଙ୍କ ନିର୍ଦ୍ଦେଶ ପରେ ଜଣାପଡ଼ିବ ବୋଲି ସିଟି ଡିଏଫଓ ଅଜିତ କୁମାର ଶତପଥୀ କହିଛନ୍ତି।

Comments are closed.