Latest Odisha News

BREAKING NEWS

ଭାରତ ବିପକ୍ଷରେ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କଲା ଇଂଲଣ୍ଡ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରେ ୩୦୪ ରନ କରି ଅଲଆଉଟ ହୋଇଯାଇଛି । ଭାରତ ସମ୍ମୁଖରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ବିପକ୍ଷରେ ଇଂଲଣ୍ଡ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ରନ କରିବାରେ ସଫଳ ହୋଇଛି । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ବେନ ଡକେଟ ୬୫ ଓ ଜୋ ରୁଟ ୬୯ ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହ୍ୟାରୀ ବ୍ରୁକ ୩୧, ଲିୟାମ ଲିଭିଂଷ୍ଟୋନ ୪୧ ଓ ଫିଲ ସଲ୍ଟ ୨୬ ରନ କରିଥିଲେ ।

ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମୀ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଇଂଲଣ୍ଡaର ୩ଜଣ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ ।  ମାର୍କ ଉଡ୍, ଗୁସ୍ ଆଟକିନ୍ସନ୍ ଏବଂ ଜାମି ଓଭରଟନ୍ ବରୁଣ ଚକ୍ରବର୍ତି ଏହି ମ୍ୟାଚ ମାଧ୍ୟମରେ ତାଙ୍କ ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର ଆରମ୍ଭ କରିଛନ୍ତି । ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ସାମିଲ କରିଛି ।

Comments are closed.